ଯଶଓ୍ୱନ୍ତ ସିହ୍ନା ହେଲେ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

1 min read

ନୂଆଦିଲ୍ଲୀ: ଯଶଓ୍ୱନ୍ତ ସିହ୍ନା ହେଲେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ବିରୋଧୀ ଦଳ ବୈଠକରେ ଏନେଇ ହୋଇଛି ଔପଚାରିକ ଘୋଷଣା । ପ୍ରେସମିଟ୍ କରି ଯଶଓ୍ୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିହ୍ନା । ଆଜି ପୂର୍ବାହ୍ନ TMCରୁ ଇସ୍ତଫା ଦେଇଥିଲେ ଯଶଓ୍ୱନ୍ତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା । ଟିଏମସି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସିହ୍ନାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା  ।

ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ସିହ୍ନା ଆଜି ଏକ ଟ୍ୱିଟ୍ କରି ନିଜର ଆଗ୍ରହ ସଂପର୍କରେ ସଙ୍କେତ ଦେବା ସହ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଥିଲେ । ଶରଦ ପାଓ୍ୱାର, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧି ବିରୋଧୀ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନା କରିଥିଲେ । ୨୦୧୮ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ପୂର୍ବରୁ ସେ କେନ୍ଦ୍ରରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ସେପଟେ ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସୁଛି । ବୈଠକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ବାବଦରେ ଆଲୋଚନା ହେବ ।