ଏହି ଜିଲ୍ଲାରେ ଯାହାର ଟେଷ୍ଟ୍ ହେଉଛି ସିଏ ବାହାରୁଛି ପଜିଟିଭ୍

Yanam District Has Highest Corona Positivity Rate In India

ପଣ୍ଡିଚେରୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟରେ ସଂକ୍ରମଣ ଶିଖର ଛୁଇଁବା ପରେ ଏବେ ଦକ୍ଷିଣ ଭାରତରେ ତାଣ୍ଡବ ରଚୁଛି ମହାମାରୀ କରୋନା । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏବେ କରୋନା ଭୟଙ୍କର ଭାବେ ମାଡ଼ି ଚାଲିଛି । ଗତବର୍ଷ କରୋନା ସଂକ୍ରମଣ ଆରମ୍ଭରୁ ପ୍ରଥମ ଥର ପାଇଁ ମଙ୍ଗଳବାର ସବୁଠୁ ରେକର୍ଡ ସଂଖ୍ୟକ ମାମଲା ଆସିଛି । ୨୪ ଘଣ୍ଟାରେ ୨ ହଜାର ୪୯ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଉ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି ୟନମ ଜିଲ୍ଲା । ୟନମରେ କରୋନା ସଂକ୍ରମଣ ହାର ଦେଶରେ ସବୁଠୁ ଅଧିକ ୯୬.୯ ପ୍ରତିଶତ ରହିଛି ।

Yanam District Has Highest Corona Positivity Rate In India

ଏହି ଜିଲ୍ଲାରେ ଯିଏ କେହି କି କରୋନା ଟେଷ୍ଟ କରୁଛି ତା’ ରିପୋର୍ଟ ପଜିଟିଭ୍ ଆସୁଛି । ହସ୍ପିଟାଲରେ ବେଡ୍ ଅଭାବ ସାଙ୍ଗକୁ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମ୍ବଳ ଅଭାବ ଦେଖାଦେଇଛି । ଜିଲ୍ଲାର ଗ୍ରାମାଞ୍ଚଳ ସ୍ଥିତି ବେଶ୍ ସଙ୍ଗୀନ୍ । ଗତ ସପ୍ତାହରେ ଦେଶର ୧୭ ଜିଲ୍ଲାରେ ପଜିଟିଭ୍ ହାର ୪୮ ପ୍ରତିଶତରୁ ଅଧିକ ଥିଲା । ଏଥିରେ ଅଧିକାଂଶ ଗ୍ରାମାଞ୍ଚଳ ରହିଛି ।

Yanam District Has Highest Corona Positivity Rate In India

ମଙ୍ଗଳବାର ପୁଡୁଚେରୀରେ ୩୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ୧୪ ବର୍ଷର ମଧୁମେହ ଆକ୍ରାନ୍ତ ନାବାଳିକା ଥିବାବେଳେ କୌଣସି ରୋଗରେ ଆକ୍ରାନ୍ତ ନଥିବା ୨୫ ବର୍ଷର ମହିଳା ଆଖି ବୁଜିଛନ୍ତି । ପୁଡୁଚେରୀରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଇରକଲରେ ୬ ଜଣ, ୟନମରେ ୨ ଜଣ ପ୍ରାଣ ହରାଇଛନ୍ତି । ପୁଡୁଚେରୀରେ ସବୁଠୁ ଅଧିକ ୮୨୮ ଜଣଙ୍କ ଜୀବନ ନେଇଛି ମହାମାରୀ । କଇରକଲରେ ୧୦୮, ୟନମରେ ୬୪ ଓ ମାହେରେ ୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

Yanam District Has Highest Corona Positivity Rate In India

ପୁଡୁଚେରୀରେ ସଂକ୍ରମଣ ମାମଲା ବଢ଼ି ଚାଲିଛି । ଏଯାବତ୍ ୭୫ ହଜାର ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୯ ହଜାର ୧୭୭ ଜଣ ସୁସ୍ଥ ହୋଇଛନ୍ତି । ପୁଡୁଚେରୀରେ ସୁସ୍ଥତା ହାର୍ ୭୮.୮୮ ପ୍ରତିଶତ ରହିଛି । ଯାହାକି ଜାତୀୟ ସୁସ୍ଥ ହାର ଠାରୁ କମ୍ । ପୁଡୁଚେରୀରେ ଏବେ ସୁଦ୍ଧା ୨.୧୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

Leave a Reply