ମୃତ୍ୟୁ ନୁହେଁ ସୁରକ୍ଷିତ ଜିଇଁବା ପାଇଁ ଯମରାଜଙ୍କ ଟ୍ରାଫିକ ସଚେତନତା

1 min read

ଦିଗପହଣ୍ଡି: ଯମ… ଏ ନାଁ ଶୁଣିଲେ ମୃତ୍ୟୁର ଭୟ ମାଡ଼ିଆସେ । ଯମ ଗରମ ତେଲ କଡ଼େଇରେ ଭାଜି ଶାସ୍ତି ଦେବା କଥା ମନକୁ ଆସେ । ବିଭିନ୍ନ ପାପ ପାଇଁ ବିଭିନ୍ନ ଦଣ୍ଡ ବିଧାନ ଯମ ରାଜାଙ୍କ ପାଖରେ ରହିଛି । ଏମିତି ଅନେକ ଲୋକକଥା ଓ ଭୟଭ୍ରାନ୍ତି ଆମେ ଶୁଣିଛେ । ମାତ୍ର ଆମେ ଆଜି ଏମିତି ଏକ ଯମକୁ ଦେଖାଇବୁ ଯିଏ ମୃତ୍ୟୁ ମାଗୁନାହିଁ, ବରଂ ଜୀବନ ଦାନ କରୁଛି । ମରଣଠୁ କିପରି ଦୂରେଇ ରହିବେ, ସେଥିପାଇଁ ଟିପ୍ସ ଦେଉଛନ୍ତି ଯମରାଜ । ଖାଲି ସେତିକି ନୁହଁ, ମରଣଠୁ ଏବଂ ହଜାର ହଜାର ଟଙ୍କା ଫାଇନରୁ କିଭଳି ବଞ୍ଚିବେ ସେଥିପାଇଁ ମିଳୁଛି ଯମ ଉବାଚ ।

ଏ ଯମରାଜ ହେଉଛନ୍ତି କଳିଯୁଗର । ମାନେ ଡୁପ୍ଲିକେଟ ଯମରାଜ । ଏହି ଯମରାଜଙ୍କ ପାଟିରୁ ଶୁଣିବାକୁ ମିଳୁଛି ଗୋଟି ଗୋଟି ସତ କଥା । ଯଦି ଯମରାଜଙ୍କ କଥା ନଶୁଣନ୍ତି ତେବେ ମରଣ ଆସିବା ସହ ହଜାର ହଜାର ଟଙ୍କା ଫାଇନ୍ ମଧ୍ୟ ଦେବାକୁ ପଡ଼ିବ । ଆମେ କହୁଛୁ ନୂଆ ଟ୍ରାଫିକ ନିୟମ କଥା ।

ଯମ…

ଯମ… ଏ ନାଁ ଶୁଣିଲେ ମୃତ୍ୟୁର ଭୟ ମାଡ଼ିଆସେ । କିନ୍ତୁ ଏଠି ଜୀବନ ମାଗୁନି ଜୀବନ ଦେଉଛି ଯମରାଜ । ମାନେ ଟ୍ରାଫିକ୍‌ ନିୟମ ବୁଝାଇବା ସହ ହେଲମେଟ୍‌ କି ସିଟ୍‌ବେଲ୍ଟ ନପିନ୍ଧିଲେ ଯମ ତା ପାଖକୁ ନେଇ ଦଣ୍ଡ ଦେବ ବୋଲି କହୁଛନ୍ତି ଯମରାଜ । #NandighoshaTv #Odisha

Nandighosha TV यांनी वर पोस्ट केले शुक्रवार, २९ नोव्हेंबर, २०१९

ନୂତନ ମୋଟର ଯାନ ନିୟମ ଆସିବା ପରେ ଗାଡି ଚାଳକଙ୍କ ଆଖିରୁ ନିଦ ହଜି ଯାଇଛି । ପୁଣି ୩ ମାସ ପର୍ଯ୍ୟନ୍ତ କେବଳ ଡକ୍ୟୁମେଣ୍ଟ ଠିକ୍ କରିବା ପାଇଁ ଅବଧି ବଢ଼ାଇଛନ୍ତି ପରିବହନ ମନ୍ତ୍ରୀ । କିନ୍ତୁ ଗାଡ଼ି ଚାଳକ ହେଲମେଟ, ସିଟ୍‌ ବେଲ୍ଟ ନ ଲଗାଇଲେ, ୩ ଜଣ ବାଇକରେ ଯିବା ଏବଂ ମଦ୍ୟପାନ କରି ଗାଡ଼ି ଚଲାଇଲେ ଫାଇନ୍ ଦେବା ସହ ମୃତ୍ୟୁ ବି ଆସିବ ବୋଲି ଯମରାଜ କହୁଛନ୍ତି । ତାପରେ ଯମରାଜ ତେଲ କଡ଼େଇରେ ପକାଇ ଟକ ଟକ କରି ଫୁଟାଇବ ଏବଂ ପିସ୍‌ ପିସ୍‌ କରି କାଟିବ ଯଦି ହେଲମେଟ କିମ୍ବା ସିଟ୍‌ ବେଲ୍ଟ ନପିନ୍ଧନ୍ତି ।

ଏଭଳି ବାର୍ତ୍ତା ଦିଗପହଣ୍ଡି ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଇବାକୁ ଦିଆଯାଉଛି । ଯମ ବେଶରେ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ଟ୍ରାଫିକ୍ ନିୟମ ଏବଂ ଗାଡ଼ି ଚଳାଇଲା ବେଳେ ମୃତ୍ୟୁ ଠାରୁ କେମିତି ବଞ୍ଚିବ ସେ ନେଇ ଜ୍ଞାନ ଦେଉଛନ୍ତି । ଏମିତି ଏକ ଅଭିନବ ଉପାୟରେ ଦିଗପହଣ୍ଡି ପୋଲିସ ଟ୍ରାଫିକ୍ ସଚେତନ ବାଣ୍ଟିବାରେ ଲାଗିଛି ।

Leave a Reply