ଭୁବନେଶ୍ୱରକୁ ପୁଣି ଫେରିଲା କରୋନା,XIMB କ୍ୟାମ୍ପସକୁ ସିଲ୍ କଲା ବିଏମସି

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବ୍ୟାପିଲା କରୋନା । XIMBରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ପରେ XIMBକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ-ଜବିଏମସି । XIMBକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ XIMBର ଗେଟ୍‌ ବନ୍ଦ ରଖାଯିବ । ସେହିପରି XIMBକୁ ଲାଗି ରହିଥିବା ଅନ୍ୟ ସମସ୍ତ ଅନୁଷ୍ଠାନର କ୍ୟାମ୍ପସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । XIMB ଭିତରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ । ଗେଟ୍‌ ବନ୍ଦ ଥିବାରୁ ସମସ୍ତ ଅନ୍ତେବାସୀଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

XIMB କ୍ୟାମ୍ପସ ସିଲ କରିବାକୁ ନେଇ ସୂଚନା ଦେଇ ବିଏମସି ଜୋନାଲ ଡେପୁଟି କମିଶନର (ଉତ୍ତର) ପୁରନ୍ଦର ନନ୍ଦା କହିଛନ୍ତି ଯେ,କିଛି ବିଦ୍ୟାର୍ଥୀ ଓ ଷ୍ଟାଫ୍ କରୋନା କୋଭିଡ୍-୧୯ ପଜିଟିଭ୍ ବାହାରିବା ପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ କ୍ୟାମ୍ପସକୁ ସିଲ୍ କରି ଦିଆଯାଇଛି । କ୍ୟାମ୍ପସ ପରିସର ମଧ୍ୟକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ବିଏମସି ସଂପୂର୍ଣ୍ଣ କ୍ୟାମ୍ପସକୁ ସାନିଟାଇଜ୍ କରିଛି । କ୍ଲାସରୁମଠାରୁ ଲାଇବ୍ରେରି,ଅଡିଟୋରିୟମ ସବୁକିଛି ସାନିଟାଇଜ୍ କରାଯାଇଛି । ଇତିମଧ୍ୟରେ ଏକ ସ୍ୱତନ୍ତ୍ର ଦଳକୁ କ୍ୟାମ୍ପସ ମଧ୍ୟରେ କରୋନା ପରୀକ୍ଷଣ ପାଇଁ ପଠାଯାଇଛି । ବିଦ୍ୟାର୍ଥୀ ଓ ଷ୍ଟାଫଙ୍କ ସ୍ୱାବକୁ ଆରଟି ପିସିଆର ଟେଷ୍ଟ୍ ପାଇଁ ପଠାଯାଇଛି ।

 

Leave a Reply