ଇସ୍ତଫା ଦେବେ ଜିନପିଙ୍ଗ୍ !

ବେଜିଂ: ଇସ୍ତଫା ଦେବେ ଜିନପିଙ୍ଗ! ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଗତ କିଛି ବର୍ଷ ହେବ ସେରିବ୍ରାଲ ଏନ୍ୟୁରିଜିମ ବା ଏକ ପ୍ରକାର ମସ୍ତିଷ୍କ ରୋଗରେ ପୀଡ଼ିତ ଥିବା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଛଛି । ଗୋଟିଏ ପଟେ ଜିନପିଙ୍ଗଙ୍କ ଅସୁସ୍ଥତା ଇସ୍ତଫାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବେ ବେଳେ କୋଭିଡ୍ ପରିଚାଳନାରେ ବିଫଳତା ଅର୍ଥନୀତି ପରିଚାଳନାରେ ଭୂଲ ନିଷ୍ପତ୍ତି ଅନ୍ୟ ଏକ କାରଣ ବୋଲି ଚର୍ଚ୍ଚା ହେଉଛି ।

ଜିରୋ କୋଭିଡ ନୀତି ଯୋଗୁ ଦେଶର ଅର୍ଥନୀତି ଅତ୍ୟଧିକ ପ୍ରଭାବିତ ହୋଇଛି । ଯାହାକୁ ନେଇ ଶାସକ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନତା । ଏହାସହ ପାଶ୍ଚାତ୍ୟ ଦେଶ ଏବଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଚୀନ ଉପରେ ଚାପ ପଡୁଛି । ତେବେ ସିସିପିର ପଲିଟି ବ୍ୟୁରୋ ଷ୍ଟାଣ୍ଡିଂ କମିଟିର ବୈଠକ ପରେ ଜିନପିଙ୍ଗଙ୍କ ଇସ୍ତଫା ଚର୍ଚ୍ଚା ଆହୁରି ବଢ଼ିଛି । ତେବେ ଜିନପିଙ୍ଗଙ୍କୁ ସିସିପି ଇସ୍ତଫା ଦେବାକୁ ବାଧ୍ୟ କରିବ ଏବଂ ତାଙ୍କ ସ୍ଥାନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍ ଦାୟିତ୍ବ ତୁଲାଇବେ ବୋଲି ଆଲୋଚନା ଜୋର ଧରିଛି ।