spot_img

Latest Posts

ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ

ବେଜିଂ: ସି ଜିନପିଙ୍ଗ ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ (ଏନପିସି) ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ସର୍ବସମ୍ମତି କ୍ରମେ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଶୁକ୍ରବାର ଚୀନ ସଂସଦରେ ଜିନପିଙ୍ଗଙ୍କ ତୃତୀୟ ପଞ୍ଚବର୍ଷୀୟ କାର୍ଯ୍ୟକାଳକୁ ସମ୍ମତି ମିଳିଛି ।

ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ ମାର୍ଚ୍ଚ ୫ରେ ବାର୍ଷିକ ବୈଠକ ଆରମ୍ଭ କରିଥିଲା। ଏହି ବୈଠକ ଏକ ସପ୍ତାହ ଧରି ଚାଲିଛି। ଏଥିରେ ୬୯ ବର୍ଷିୟ ସି ଜିନପିଙ୍ଗଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଗତ ବର୍ଷ ଅକ୍ଟୋବରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ମୁଖ୍ୟ ଭାବରେ ସି ଜିନପିଙ୍ଗଙ୍କ ଆଉ ପାଞ୍ଚ ବର୍ଷ କାର୍ଯ୍ୟକାଳ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।

ସେହିପରି ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । କୁହାଯାଉଛି, ମାଓ ସେତୁଙ୍ଗଙ୍କ ପରେ ସି ଜିନପିଙ୍ଗ ଏଭଳି ନେତା, ଯିଏକି  ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି ।

ତେବେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଚଳିତ ବର୍ଷ ଚୀନ ୨୦୨୩ରେ ଏହାର ପ୍ରତିରକ୍ଷା ପାଇଁ୧୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ଯାହା ଭାରତର ପ୍ରତିରକ୍ଷା ବଜେଟ ଠାରୁ ପ୍ରାୟ ୩ ଗୁଣ ଅଧିକ ରହିଛି। ଖାଲି ଏତିକି ନୁହେଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ୫ ପ୍ରତିଶତରେ ରଖିବା ନେଇ ଟାର୍ଗେଟ୍ କରାଯାଇଛି।

Latest Posts

Don't Miss