X’ରେ ଟ୍ରେଣ୍ଡ୍ କରୁଛି #Pandian4NaveenOdisha, ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ବର: ବିଜେଡିରେ କାର୍ତ୍ତିକ ପାଣ୍ଡିଆନଙ୍କ ଯୋଗଦାନ ପରେ ଏ ଖବର ପୁରା ଟୁଇଟର(ଏକ୍ସ)ରେ ଟ୍ରେଣ୍ଡ କରୁଛି । ପାଣ୍ଡିଆନ୍ ଫର୍ ନବୀନ ଓଡ଼ିଶାରେ ନାଁରେ ୩ ନମ୍ବରେ ଏକ୍ସରେ ଟ୍ରେଣ୍ଡ ହେଉଛି ଖବର । ୩୦୦୦ରୁ ଅଧିକ ଟୁଇଟ୍ ଏ ସଂପର୍କରେ ଗତ ୨ ଘଣ୍ଟା ମଧ୍ୟରେ ଏକ୍ସରେ ପୋଷ୍ଟ ହୋଇସାରିଛି । ଟୁଇଟର(ଏକ୍ସ)ର ୯ ନମ୍ବରରେ ମଧ୍ୟ ଟ୍ରେଣ୍ଡ ହେଉଛି ଭି.କେ ପାଣ୍ଡିଆନ୍ । ସାରା ରାଜ୍ୟରେ କାର୍ତ୍ତିକ ପାଣ୍ଡିଆନଙ୍କର ଲୋକପ୍ରିୟତା ଏବଂ ଗୋଟିଏ ସମୟରେ ଏକାଧିକ ସ୍ଥାନରୁ ସମସ୍ତେ ଖବର ପୋଷ୍ଟ କରୁଥିବାରୁ ଦୁଇ ଦୁଇଟି ସ୍ଥାନରେ ଏହା ଟ୍ରେଣ୍ଡ ହେଉଥିବା ଦେଖିବାକୁ ମିଳିଛି । ଓଡ଼ିଶା ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ପ୍ବପ୍ନକୁ ବାସ୍ତବ ରୂପ ଦେଇଥିବା କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ଚାରିଆଡ଼ୁ ଛୁଟୁଛି ପ୍ରଂଶସାର ସୁଅ । ଏହାସହ ପୂର୍ବରୁ ସେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିବା ସମୟରେ ତାଙ୍କ ପ୍ରତି ରହିଥିବା ଲୋକଙ୍କ ଭଲ ପାଇବା ବେଶ ଭଲଭାବେ ବାରି ହୋଇ ପଡ଼ିଥିଲା ।