ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଶା ଆଜି ସ୍ପୋର୍ଟ୍ସ କ୍ୟାପିଟାଲ ହୋଇଛି । କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଗଉଛି ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ଆଜି ଲୋକସେବା ଭବନରେ ଆରମ୍ଭ ହୋଇଥିବା ଓଡ଼ିଶା ନଲେଜ୍ ହବ ଲେକଚର ସିରିଜ୍ରେ ଅନିଲ ଯୋଗଦେଇ ଏହା କହିଛନ୍ତି ।

ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଓକେଏଚ୍ ଓଡ଼ିଶା ନଲେଜ୍ ହବ ଲେକଚର ସିରିଜ୍ । ଏହି ସିରିଜ୍ରେ ଏବେ ଦ୍ଵାବିଂଶ ବକୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ‘ଭାରତୀୟ କ୍ରୀଡା-ଏକ ଅନ୍ତର୍ଦୃଷ୍ଟି’ ଉପରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ଏହି ଅବସରରେ ସେ ଓଡ଼ିଶା ସରକାରଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ।

କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତି ରହିଥିଲେ ।

