ଏଲନ ମସ୍କଙ୍କୁ ଏମିତି ଶିକ୍ଷା ଦେଲେ ବ୍ରାଜିଲର ଜଜ

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ରହିଛନ୍ତି ଟେସଲା ସିଇଓ ଏଲନ ମସ୍କ । ବ୍ରାଜିଲର ହାଇକୋର୍ଟର ଜଜ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେବା ସହ ମସ୍କଙ୍କୁ ଚେତାଇ ଦେଇଛନ୍ତି । ବ୍ରାଜିଲରେ ମସ୍କଙ୍କ ସୋସିଆଲ ମିଡିଆ କମ୍ପାନୀ ଏକ୍ସକୁ ସସପେଣ୍ଡ କରିବାକୁ ଆଦେଶ ଦେଇଛନ୍ତି । ଦୀର୍ଘ ମାସେ ଧରି ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଏହି ରାୟ ଶୁଣାଇବା ପରେ ଆହୁରି ବଢ଼ି ଯାଇଛି ।

କହି ରଖୁଛୁ କି, ଏହା ପୂର୍ବରୁ ଜଷ୍ଟିସ ମୋରିସ ମସ୍କଙ୍କୁ ଚେତାବନୀ ଦେଇଛନ୍ତି ।  ଯଦି ଆପଣ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ଆପଣଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଇଁ ସ୍ଥାନୀୟ ପ୍ରତିନିଧୀ ନିଯୁକ୍ତ ନକରନ୍ତି, ତେବେ ଆପଣଙ୍କର ସେବା ସ୍ଥଗିତ ରହିବ। ଏହା ପରେ, ବର୍ତ୍ତମାନ ଏହି ନିଷ୍ପତ୍ତି ବାହାରକୁ ଆସିଛି । ଏହି ନିଷ୍ପତ୍ତି ପରେ ମସ୍କ ଏହି ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ଟାର୍ଗେଟ କରିଛନ୍ତି।

ମସ୍କ କହିଛନ୍ତି କି, ଏଭଳି ନିର୍ଦ୍ଦେଶ ଦେଇଥିବା ଜଜ ଜଣେ ମନ୍ଦ ଶାସକ । ସେ ବ୍ରାଜିଲରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସେ ଏଭଳି ମନ୍ଦ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ବିବାଦ ଏପ୍ରିଲ ମାସରୁ ଆରମ୍ଭ ହୋଇଛି । ବିଚାରପତି ମୋରିସ ଅନୁସନ୍ଧାନ କରିବା ସହ କହିଥିଲେ କି, ଏକ୍ସରେ ମିଛ ତଥ୍ୟ ପ୍ରଚାର କରାଯାଉଛି । ଏହି ସୋସିଆଲ ମିଡିଆ ସାଇଟ ଜରିଆରେ ଭୁଲ ତଥ୍ୟ ଦେଇ ବହୁ ଆକାଉଣ୍ଟକୁ ପ୍ରୋତ୍ସାହିତ କରାଯାଉଛି । ଏହି କାରଣରୁ ପ୍ରଥମେ କିଛି ଗୃପକୁ ବନ୍ଦ କରାଯାଇଥିଲା । ପରେ ଚେତାବନୀ ଦେଇଥିଲେ । ଆଉ ନଶୁଣିବା ପରେ ,ଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି ।