spot_img

Latest Posts

ଗୁଗୁଲ ମ୍ୟାପରେ ବାଟବଣା ହୋଇ ନଦୀରେ ପଶିଗଲେ, ଡାକ୍ତର ମୃତ

କୋଚି: ଭୁଲ୍ ବାଟ ଦେଖାଇଲା ଜିପିଏସ୍। ରାସ୍ତା ଭାବି ନଦୀରେ ପଶିଲା ଗାଡ଼ି । କେରଳ ଏର୍ଣ୍ଣାକୁଲମରେ ୨ଡାକ୍ତରଙ୍କ ମୃତ୍ୟୁ। ମୃତକ ହେଉଛନ୍ତି ଡାକ୍ତର ଅଦ୍ବୈତ ଓ ଡାକ୍ତର ଅଜମଲ ଅସିଫ୍ । ଗତକାଲି ରାତି ସାଢେ ୧୨ଟାରେ ଏର୍ଣ୍ଣାକୁଲମ ଜିଲ୍ଲାର ଗୋଥୁରୁଥ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଅନ୍ୟ ୩ ଜଣଙ୍କୁ ଗାଡ଼ିରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗତ ଶନିବାର ଅଦ୍ବୈତଙ୍କ ଜନ୍ମଦିନ ଥିଲା।

ସେଲିବ୍ରେସନ୍ ପରେ କୋଚିରୁ ସମସ୍ତେ କୋଡୁଙ୍ଗାଲୁର ଫେରୁଥିଲେ। ପ୍ରବଳ ବର୍ଷା, ଅନ୍ଧାର ରାତି ଓ ଅଜଣା ଜାଗା ଯୋଗୁଁ ଠିକ୍ ରାସ୍ତା ଜାଣିବା ପାଇଁ ଜିପିଏସ୍ ଉପରେ ଭରସା କରିଥିଲେ। ରାସ୍ତା ଦେଖାଉଥିବା ଆପ୍ ସାହାଯ୍ୟରେ ବାଟ ଖୋଜିଥିଲେ। ଗାଡ଼ି ସାମନାରେ ପାଣି ଭର୍ତ୍ତି ରାସ୍ତା ଥିଲା। ତେବେ ମ୍ୟାପ୍ ଅନୁସାରେ ଆଗକୁ ବଢିଥିଲେ ଡାକ୍ତର ଅଦ୍ବୈତ। ହେଲେ ସେମାନଙ୍କ ଅଜାଣତରେ ଗାଡ଼ି ନଦୀ ଭିତରେ ପଶି ଯାଇଥିଲା। ଫଳରେ କାରଟି ପାଣିରେ ବୁଡ଼ି ଯାଇଥିଲା।

ସ୍ଥାନୀୟ ଲୋକେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କୋଚି ହସପିଟାଲରେ ଭର୍ତ୍ତି କରାଯାଇଛି ।

Latest Posts

Don't Miss