କୁସ୍ତିଯୋଦ୍ଧାଙ୍କୁ ମିଳିବ ନ୍ୟାୟ, ଆଜି ଦାଖଲ ହୋଇପାରେ ଚାର୍ଜସିଟ୍

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କୁ ମିଳିବ ନ୍ୟାୟ  । ଆଜି ଦାଖଲ ହୋଇପାରେ ଚାର୍ଜସିଟ୍  । କ’ଣ ହେବ ବ୍ରିଜ ଭୂଷଣ ସିଂହଙ୍କ ଭାଗ୍ୟ । ଖସିଯିବେ ନା ଗିରଫ ହେବେ । ଜୁନ୍ ୧୫ ତାରିଖ ସୁଦ୍ଧା ପୋଲିସ ତଦନ୍ତ ସରି ଚାର୍ଜସିଟ ଦାଖଲ କରାଯିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଖୁବଶୀଘ୍ର ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ନିର୍ବାଚନ ହେବ । କୁସ୍ତି ଯୋଦ୍ଧାଙ୍କ ସହ ବୈଠକ ପରେ ଏପରି କହିଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଆଜି ଯଦି ଚାର୍ଜସିଟ ଦାଖଲ ନହୁଏ ଧାରଣା ଆଗକୁ ଜାରି ରହିବ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ଧାରଣା ସମୟରେ କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ମଧ୍ୟ ଫେରସ୍ତ ହେବ ବୋଲି ଅନୁରାଗ ଠାକୁର କହିଛନ୍ତି । ଏଥିସହ ଯୋଦ୍ଧାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ  । ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ ହେଉ । ଗତ ଏପ୍ରିଲ ୨୮ରେ  ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ରେସଲରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ ବୋଲି ଦାବି ରଖିଥିଲେ କୁସ୍ତି ଯୋଦ୍ଧା ।