ଭାରତକୁ ଆଉ ଏକ ପଦକ, କୁସ୍ତିରେ ରବି ଜିତିଲେ ରୌପ୍ୟ
1 min readଟୋକିଓ: ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ ମିଳିଛି । ୫୭ କେଜି ବର୍ଗରେ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ରୌପ୍ୟ ପଦକ ପାଇଛନ୍ତି । ଋଷର କୁସ୍ତି ଯୋଦ୍ଧା ଜବୁର ୟୁଗେବଙ୍କ ସହ ରବି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ସଂଘର୍ଷପୂର୍ଣ୍ଣ ଫାଇନାଲ ଲଢ଼େଇରେ ହାରି ରବିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
Another medal for @WeAreTeamIndia!
Kumar Ravi of #IND takes #silver in the men's freestyle 57kg #Wrestling#StrongerTogether | @Tokyo2020 | @Wrestling pic.twitter.com/7bNZ4jdfya
— The Olympic Games (@Olympics) August 5, 2021
ଦ୍ୱିତୀୟ ଭାରତୀୟ କୁସ୍ତି ଯୋଦ୍ଧା ଭାବେ ରବି ଫାଇନାଲରେ ପହଞ୍ଚିଥିଲେ । ଏହା ପୂର୍ବରୁ ୨୦୧୨ରେ ସୁଶୀଲ କୁମାର ଫାଇନାଲକୁ ଯାଇଥିଲେ । ରବି ଦହିୟାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ୪ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Congratulations wrestler #RaviKumarDahiya on clinching Silver medal in Men's Freestyle 57kg at #Tokyo2020. Your gritty fight will continue to inspire sportspersons across the country. Wish you all the best for future. #Cheer4India
— Naveen Patnaik (@Naveen_Odisha) August 5, 2021
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୁସ୍ତିଯୋଦ୍ଧା ରବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରବି ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଟୋକିଓ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।