spot_img

Latest Posts

Tokyo Olympics 2020: ପଦକ ପକ୍କା, କୁସ୍ତି ଫାଇନାଲରେ ପ୍ରବେଶ କଲେ ଭାରତର ରବି କୁମାର ଦହିୟା

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ କୁସ୍ତିରେ ଆଉ ଏକ ପଦକ ପକ୍କା ହୋଇଛି । ରବି କୁମାର ଦାହିୟାଙ୍କ ଫାଇନାଲ ପ୍ରବେଶ ସହ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି । ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ ନିଶ୍ଚିତ । ଯଦି ସେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। କାରଣ ଭାରତ ପାଇଁ ଅଲିମ୍ପିକ୍ସରେ ଆଜି ଯାଏ କୌଣସି ରେସଲର ସ୍ୱର୍ଣ୍ଣ ଜିତି ନାହାନ୍ତି।

ଆଜି ରେସଲିଂ ମୈଦାନକୁ ଓହ୍ଲାଇ ଥିବା ରବି କୁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ। ସେମି ଫାଇନାଲ ତାଙ୍କର ମୁକାବିଲାରେ କାଜାଖିସ୍ତାନ ନୁରିସ୍ଲାମ ସାନାୟେଭଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଜିତି ନେଇଛନ୍ତି। ମ୍ୟାଚ୍‌ ଜିତିବା ବେଳେ ରବି ୭-୯ରେ ପଛରେ ଥିଲେ। କିନ୍ତୁ ସାନାୟେଭଙ୍କୁ ଦମଦାର ଟ୍ୟାକେଲ ସହ ରବି କୁମାର ତଳେ ଫୋପାଡ଼ି ଦେବାରୁ ସେ ଆହତ ହୋଇଥିଲେ। ଏହି କାରଣରୁ ସାନାୟେଭଙ୍କୁ ଅମ୍ପାୟାର ଅନଫିଟ୍‌ ଘୋଷଣା କରିଥିଲେ। ଏବଂ ଭାରତର ରବି ଦହିୟା ଫାଇନାଲକୁ ପ୍ରବେଶ କରିଛନ୍ତି ।

Latest Posts

Don't Miss