WPL ୨୦୨୫ର ଶିଡ୍ୟୁଲ ଘୋଷଣା: ଫେବୃଆରୀ ୧୪ରେ ଖେଳାଯିବ ପ୍ରଥମ ମ୍ୟାଚ
1 min readମହିଳା ପ୍ରିମିୟର ଲିଗ (WPL)ର ନୂଆ ସିଜିନ ପାଇଁ ଗଣତି ଆରମ୍ଭ ହୋଇଯାଇଛି । WPLକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତା ମାସ ୧୪ ତାରିଖରେ WPLର ପ୍ରଥମ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟସ ମଧ୍ୟରେ ପରସ୍ପରକୁ ଭେଟିବେ । ୫ଟି ଟିମ୍ ଅଂଶଗ୍ରହଣ କରୁଥିବା ଏହି ଲିଗରେ ପୁଣି ଥରେ ଜୋରଦାର ଅକ୍ସନ ଦେଖିବାକୁ ମିଳିବ । WPL ୨୦୨୫କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶିଡ୍ୟୁଲ ଘୋଷଣା କରିଛି ।
ଫେବୃଆରୀ ୧୪ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଏଥର ବିସିସିଆଇ ୪ଟି ଭେନ୍ୟୁରେ ମୁକାବିଲା ଆୟୋଜନ ନେଇ ନିଷ୍ପତ୍ତି ଗ୍ରହଣ କରିଛି । ଲିଗର ପ୍ରଥମ ସିଜିନରେର କେବଳ ଦୁଇଟି ଅଲଗା ଅଲଗା ଗ୍ରାଉଣ୍ଡରେ ମ୍ୟାଚ ଖେଳାଯାଇଥିଲା । ଏହି ଲିଗର ବିସ୍ତାର ଲକ୍ଷ୍ୟରେ ବିସିସିଆଇ ୨ ବଦଳରେ ୪ଟି ଭେନ୍ୟୁରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଲକ୍ଷ୍ନୌ, ମୁମ୍ବାଇ, ବଦୋଦରା ଓ ବେଙ୍ଗାଲୁରୁରେ ୩୦ ଦିନରେ ୨୨ଟି ମ୍ୟାଚ ଖେଳାଯିବ ।