କରୋନା ସଙ୍କଟ: ଜାଣନ୍ତୁ କେଉଁ ଦେଶରେ କେତେ ସଂକ୍ରମିତ ଓ କେତେ ମୃତ ?

1 min read

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାକୁ ଏକଜୁଟ ହୋଇଛି ସାରା ଦୁନିଆ । କରୋନାଠୁ ବଞ୍ଚିବାକୁ ସବୁ କଳବଳ କୌଶଳ ପ୍ରୟୋଗ କରୁଛନ୍ତି ଦେଶଗୁଡ଼ିକ । କିନ୍ତୁ ସବୁ ପ୍ରକାର ପ୍ରୟାସ ଅଳ୍ପେ ବହୁତେ ବିଫଳ ହୋଇଛି । ଏବଂ କରୋନା ମହାମାରୀରେ ମୃତ୍ୟୁସଂଖ୍ୟା ୨.୫ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ, ୮୧,୨୪୬ ନୂତନ କରୋନା ମାମଲା ସାମ୍ନାକୁ ଆସିଛି ହୋଇଥିଲା ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫,୭୮୭କୁ  ବୃଦ୍ଧି ପାଇଛି । ୱାର୍ଲ୍ଡୋମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୩୭ ଲକ୍ଷ ୨୬ ହଜାର ୬୬୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୨ ଲକ୍ଷ ୫୮ ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି। ଏହାସହ ୧୨ ଲକ୍ଷ ୪୧ ହଜାର ଲୋକ ମଧ୍ୟ ସଂକ୍ରମଣମୁକ୍ତ ହୋଇଛନ୍ତି।

Corona

ବିଶ୍ୱରେ କେଉଁଠି କେତେ ସଂକ୍ରମିତ ଏବଂ କେତେ ମୃତ ?

ସାରା ବିଶ୍ୱରେ ସମୁଦାୟ କରୋନା ମାମଲାର ପ୍ରାୟ ଏକ ତୃତୀୟାଂଶ ଆମେରିକାରେ ହିଁ ଦେଖାଦେଇଛି । ଏହାସହ ଆମେରିକାରେ ପ୍ରାୟ ଏକ ଚତୁର୍ଥାଂଶ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଭିଡ -୧୯ସହିତ ଆମେରିକା ପରେ ସ୍ପେନ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ, ଯେଉଁଠାରେ କରୋନାରେ ୨୫,୬୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ୨୫୦,୫୬୧ ଲୋକ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ମୃତ୍ୟୁ ସଂଖ୍ୟାରେ ବ୍ରିଟେନ ଦ୍ୱିତୀୟ ଏବଂ ଇଟାଲୀ ତୃତୀୟ ସ୍ଥାନରେ ରହିଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୨୯,୪୨୭ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୯୪,୯୯୦ ରହିଛି । ଏହା ପରେ କରୋନାରେ ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇରାନ, ଚୀନ୍, ଋଷ, ବ୍ରାଜିଲ, କାନାଡା ଭଳି ଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ଆମେରିକା: ମାମଲା – ୧,୨୩୭,୬୩୩, ମୃତ୍ୟୁ – ୭୨,୨୭୧

ସ୍ପେନ୍: ମାମଲା – ୨୫୦,୫୬୧, ମୃତ୍ୟୁ – ୨୫,୬୧୩

ଇଟାଲୀ: ମାମଲା – ୨୧୩,୦୧୩, ମୃତ୍ୟୁ – ୨୯,୩୧୫

ବ୍ରିଟେନ: ମାମଲା – ୧୯୪,୯୯୦, ମୃତ୍ୟୁ – ୨୯,୪୨୭

ଫ୍ରାନ୍ସ: ମାମଲା – ୧୭୦,୫୫୧, ମୃତ୍ୟୁ – ୨୫,୫୩୧

ଜର୍ମାନୀ: ମାମଲା – ୧୬୭,୦୦୭, ମୃତ୍ୟୁ – ୬,୯୯୩

ଋଷ: ମାମଲା – ୧୫୫,୩୭୦, ମୃତ୍ୟୁ – ୧,୪୫୧

ତୁର୍କୀ: ମାମଲା – ୧୨୯,୪୯୧, ମୃତ୍ୟୁ – ୩,୫୨୦

ବ୍ରାଜିଲ: ମାମଲା – ୧୧୫,୪୫୫, ମୃତ୍ୟୁ – ୭,୯୩୮

ଇରାନ: ମାମଲା – ୯୯,୯୭୦, ମୃତ୍ୟୁ – ୬,୩୪୦

ଚୀନ୍: ମାମଲା – ୮୨,୮୮୩, ମୃତ୍ୟୁ – ୪,୬୩୩

ଜର୍ମାନୀ, ଋଷ, ବ୍ରାଜିଲ ସମେତ ନଅଟି ଏମିତି ଦେଶ ଅଛି, ଯେଉଁଠାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ପାଞ୍ଚଟି ଦେଶ (ଆମେରିକା, ସ୍ପେନ୍, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍) ଯେଉଁଠାରେ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୭୨ ହଜାରରେ ପହଞ୍ଚିଛି। କିନ୍ତୁ ସଂକ୍ରମିତ ୧୦ଟି ଦେଶ ତାଲିକାରୁ ଚୀନ୍ ବାହାରେ ରହିଛି ।

Leave a Reply