ଦେଶରେ ବଢ଼ିଚାଲିଛି କରୋନା ଗ୍ରାଫ୍‌… ୨ ଲକ୍ଷ ୬୫ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

world wide corona updates

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ପ୍ରକୋପ ଜାରି ରହିଛି । ୨୧୩ ରାଷ୍ଟ୍ରରେ କରୋନା କାୟା ବିସ୍ତାର କରିଛି । ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । ସେହିଭଳି ପ୍ରାୟ ୩୪ ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି । କେବଳ ୧୫ ଟି ଦେଶରୁ ଆସିଛି ୭୭ ପ୍ରତିଶତ କେସ୍‌ । ୮ଟି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ ରହିଛନ୍ତି । ଏଠାରେ ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ଟପିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ସେଠାରେ ୭ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୭ ହଜାର ଟପିଛି ।

ସେହିଭଳି ଭାରତରେ ମଧ୍ୟ ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ପାର ହୋଇଛି । କରୋନାରେ ସର୍ବାଧିକ ସଂକ୍ରମିତ ୫ ଦେଶରେ ନୂଆ ମାମଲାର ବର୍ଦ୍ଧିତ ହାର ମଧ୍ୟରୁ ୨ ପ୍ରତିଶତରୁ କମ୍‌ ରହିଛି । ସେପଟେ ବ୍ରାଜିଲ୍‌ ଓ ଭାରତରେ ୪ ପ୍ରତିଶତରୁ ଅଧିକ ହାରରେ ସଂକ୍ରମଣ ବଢୁଛି ।

ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ ସାଙ୍ଗରେ କରୋନା ନେଇ ଫେରିଲେ

ଏପ୍ରିଲ ପ୍ରଥମ ସପ୍ତାହରେ ହିଁ ଭାରତର ସଂକ୍ରମଣ ହାର ଆମେରିକା ଓ ବ୍ରିଟେନ୍‌ଠାରୁ ଅଧିକ ରହିଥିଲା । ଆଇସିଏମ୍‌ଆର ତଥ୍ୟ ଅନୁସାରେ ଭାରତରେ ପ୍ରତିଦିନ ୧.୪ ଲକ୍ଷ ଟେଷ୍ଟ ହେଉଛି । ମହାରାଷ୍ଟ୍ରରେ ସର୍ବାଧିକ ୮୫ ହଜାର ୫ ଶହରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୩ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି । କରୋନାର ମୁକାବିଲା କରିବା ପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ଜାରି ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଠାରୁ ଆରମ୍ଭ କରି ସମସ୍ତ ଦେଶ କରୋନା ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Leave a Reply