spot_img

Latest Posts

ଦେଶରେ ୪୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ବିଶ୍ୱରେ ୩୫ ଲକ୍ଷ ୮୮ ହଜାର ଟପିଲା ପଜିଟିଭ୍‌ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୨୯ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ଟପିଛି । ସେହିପରି ଭାଇରସ ୧୫ ଶହରୁ ଅଧିକ ଜୀବନ ନେଇଛି । ଗତ ୪ ଦିନରେ ଦେଶରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି କରୋନା ସଂକ୍ରମଣରେ ୯୯ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର ପରେ ତାମିଲନାଡୁରେ ବଢୁଛି କରୋନା ସ୍ପିଡ୍‌।

ମହାରାଷ୍ଟ୍ରରେ ଗତକାଲି ୭୭୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୫୨୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଗୁଜରାଟ ଓ ଦିଲ୍ଲୀରେ ୩ ଶହରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଶ୍ବରେ ୩୫ ଲକ୍ଷ ୮୮ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨ ଲକ୍ଷ ୪୮ ହଜାର ୮୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଲକ୍ଷ ୬୨ ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଆମେରିକାରେ ୧୧ ଲକ୍ଷ  ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ପେନ, ଇଟାଲୀ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ।

Latest Posts

Don't Miss