କୁକୁର ବିକୁଛି ୨୩୦ କୋଟି ଟଙ୍କାର ଘର

1 min read

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ କୁକୁର ଗୁନ୍ଥର-୬କୁ ତ ଜାଣିଥିବେ । ୪୩୦ କୋଟି ଟଙ୍କାର ମାଲିକ ଗୁନ୍ଥରର ଦିନ ରାଜା ପରି କଟିଥାଏ । ପ୍ରତିଦିନ ତା’ ଦେଖାଶୁଣା ପାଇଁ ନିଯୁକ୍ତି ପାଇଛନ୍ତି ଏକାଧିକ କର୍ମଚାରୀ । ଯେଉଁମାନେ ଛାଇ ପରି ଗୁନ୍ଥର ଆଖପାଖରେ ରହିଥାନ୍ତି । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଗୁନ୍ଥର-୬ । ନିଜ ୨୩୦ କୋଟି ଟଙ୍କାର ମିୟାମି ହାଓ୍ବେଲି ବିକ୍ରି କରିବାକୁ ଯାଉଛି ଗୁନ୍ଥର-୬ ।

ଆମେରିକାର ଫ୍ଲୋରିଡା ସ୍ଥିତ ଏହି ହାଓ୍ବେଲିରେ ୯ଟି ଓ୍ବାଟରଫ୍ରଣ୍ଟ ବେଡରୁମ୍ ଓ ୮ଟି ବାଥରୁମ୍ ରହିଛି । ହାଓ୍ବେଲି ବାହାରେ ଏକ ସୁନ୍ଦର ଓ ଅତ୍ୟାଧୁନିକ ସୁଇମ୍ ପୁଲ୍ ମଧ୍ୟ ରହିଛି । ମିୟାମି ଭିଲାର ଲିଭିଙ୍ଗ ରୁମ୍ ଚେମିନି ଉପରେ ଗନ୍ଥର-୬ର ଏକ ଫଟୋଚିତ୍ର ରହିଛି । ଏଥିରେ ସୁନାର ପ୍ରଲେପ ଦିଆଯାଇଛି ।

ମିୟାମି ଭିଲାରୁ ପ୍ରକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିଦେବ । ହାଓ୍ବେଲି ଚାରିପାଖ ବିଭିନ୍ନ ପ୍ରକାରର ଗଛରେ ପୂର୍ଣ୍ଣ ହୋଇ ରହିଛି । ହାଓ୍ବେଲିରୁ ପୂରା ସହରକୁ ଦେଖି ହେବ ।

ଗନ୍ଥର-୬ ଜର୍ମାନୀ ଶେଫର୍ଡ ପ୍ରଜାତୀର କୁକୁର । ଗନ୍ଥର-୬କୁ ଏତେ ପରିମାଣର ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ପ୍ରଥମେ ଗନ୍ଥର-୬ଙ୍କ ପୂର୍ବଜ ଗନ୍ଥର-୩କୁ ଏହି ୪୩୦ କୋଟି ଟଙ୍କାର ସମ୍ପତ୍ତି ଦିବଂଗତ ମାଲିକାନି କାଉଣ୍ଟେସ୍ କାର୍ଲୋଟା ଲେବନଷ୍ଟିନଙ୍କ ପାଖରୁ ୧୯୯୨ ମସିହାରେ ମିଳିଥିଲା । ମୃତ୍ୟୁ ପୂର୍ବରୁ କାଉଣ୍ଟେସ୍ ଗନ୍ଥର-୩ଙ୍କ ନାଁରେ ଏହି ସମ୍ପତ୍ତି କରିଥିଲେ ।  ୧୯୯୨ରେ ତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ଗନ୍ଥର-୩ ଏହାର ମାଇକ ହୋଇଥିଲେ ଓ ପିଢୀ ପରେ ପିଢୀ ଏହାର ମାଲିକାନା ଏବେ ଗନ୍ଥର-୬ଙ୍କ ପାଖରେ ରହିଛି ।

ସୂଚନାଯୋଗ୍ୟ, କାଉଣ୍ଟେସ୍ କାର୍ଲୋଟା ଲେବନଷ୍ଟିନ ନାଁରେ କୌଣସି ମହିଳା ନଥିଲେ ବୋଲି ୧୯୯୫ ମସିହାରେ ଇଟାଲିୟନ ପ୍ରେସରେ ଖବର ପ୍ରକାଶ ପାଇଥିଲା । ଯାହାକୁ ହାଓ୍ବେଲିର ଜଣେ ପୁରୁଣା ମାଲିକ ଖଣ୍ଡନ କରିବା ସହ କାଉଣ୍ଟେସ୍ ହିଁ ନିଜ ପାଳିତ କୁକୁର ନାଁରେ ଏହି ସମ୍ପତ୍ତି କରିଥିବା କହିଥିଲେ ।

Leave a Reply