ବିଶ୍ବର ସବୁଠାରୁ ଧନୀ ଭିକାରୀ, ସମ୍ପତ୍ତି ଶୁଣିଲେ ହୋଇଯିବେ ଚକିତ…
ନନ୍ଦିଘୋଷ ବ୍ୟୁରୋ: କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ମନରେ କିଛି କରିଦେଖାଇବାର ଇଚ୍ଚା ଥିଲେ ଜଣେ ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିପାରିବାରେ ସମର୍ଥ ହୋଇପାରିବ । ନିଜ ପରିଶ୍ରମ ଦ୍ବାରା ଏଭଳି କିଛି ଉଦାହରଣ ସୃଷ୍ଟି କରିପାରିଛନ୍ତି ଜଣେ ସାଧାରଣ ଭିକାରି । ଏଭଳି ଜଣେ ଭିକାରି ଯିଏକି ହେଉଛନ୍ତି ୭ କୋଟି ଟଙ୍କା ସମ୍ପତ୍ତି ସହିତ ୧ କୋଟିର ଏକ ଫ୍ଲାଟ ର ମାଲିକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେବଳ ଭିକ ମାଗି ମାସକୁ ରୋଜଗାର କରୁଛନ୍ତି ୭୫ ହଜାର ଟଙ୍କା । ଜରଷ ସାଧାରଣ ଭିକାରିର ରୋଜଗାର ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ମୁମ୍ବାଇ ର ଭାରତ ଜୈନ ନାମକ ଜଣେ ବ୍ୟକ୍ତି କୁ ଦୁନିଆାର ସବୁଠାରୁ ଧନୀ ଭିକାରି କୁହାଯାଉଛି । କାରଣ କେବଳ ଭିକ ମାଗି ହିଁ ସେ ଆାଜି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ପରିବାର ଲୋକଙ୍କ ବିପକ୍ଷରେ ଯାଇ, ଏତେ ସଫଳତା ପାଇବା ପରେ ବି ଆାଜି ମଧ୍ୟ ସେ ଭିକ ମାଗିବାକୁ ଛାଡ଼ି ପାରିନାହିଁନ୍ତି । ଭାରତ ଜୈନ କହିଛନ୍ତି ତାଙ୍କୁ ଭିକ ମାଗିବା ବହୁତ ପସନ୍ଦ ଏବଂ ସେ ତାକୁ ଛାଡ଼ିବାକୁ ଚାହାଁନ୍ତି ନାହିଁ । ଏହା ସହିତ ତାଙ୍କୁ ଅନ୍ୟ ମାନଙ୍କୁ ଦାନ କରିବାକୁ ମଧ୍ୟ ଭଲ ଲାଗେ ।
୧୨ ଘଣ୍ଟା ପରିଶ୍ରମ ରେ ମାସକର ରୋଜଗାର ୭୫୦୦୦ ଟଙ୍କା
ନିଜ ସଫଳତା ବିଷୟରେ ବୟାନ କରି ସେ କହିଛନ୍ତି ଯେ ବିନା ବିଶ୍ରାମ ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ସବୁଦିନ ଭିକ ମାଗୁଥିଲେ । ଏପରି କରି ସେ ପ୍ରତିଦିନ ଦିନକୁ ୨୫୦୦ ଟଙ୍କା କମାନ୍ତି । ଏହି କାମ ସେ ଦିର୍ଘ ୪୦ ବର୍ଷ ଧରି କରି ଆାସୁଛନ୍ତି । ୪୦ ବର୍ଷ ଭିକ ମାଗିବା ହିଁ ତାଙ୍କର ରୋଜଗାର କରିବାର ମୁଖ୍ୟ ମାଧ୍ୟମ ରହିଆାସିଛି । ଏପରି କରି ସେ ପ୍ରତି ମାସରେ ପାଖାପାଖି ୭୫୦୦୦ ଟଙ୍କା ରୋଜଗାର କରନ୍ତି । ଏହା ସହିତ ତାଙ୍କର ମୁମ୍ବାଇରେ ଦୁଇଟି ଫ୍ଲାଟ୍ ଏବଂ ଦୁଇଟି ଦୋକାନ ମଧ୍ୟ ଅଛି । ସେହି ଦୋକାନରୁ ତାଙ୍କର ପ୍ରତିମାସରେ ୩୦୦୦୦ ଟଙ୍କାର ଆୟ ହୋଇଯାଏ ।
ପରିବାର ଲୋକଙ୍କ ବିପକ୍ଷରେ ଯାଇ କିପରି ହାସଲ କଲେ ସଫଳତା
ଭାରତ ଜୈନଙ୍କ ପରିବାରରେ ତାଙ୍କ ପତ୍ନି , ଦୁଇଟି ପିଲା , ତାଙ୍କ ଭାଇ ଏବଂ ବାପା ରୁହନ୍ତି । ତାଙ୍କର ଦୁଇ ପିଲା ଏକ ପ୍ରତିଷ୍ଠିତ କନେଭଟ ସ୍କୁଲ ରେ ପାଠପଢା ସାରି ଏବେ ଭାରତଙ୍କ ଦୋକାନ ସମ୍ଭାଳୁଛନ୍ତି । କିନ୍ତୁ ଆାରମ୍ଭ ରୁ ତାଙ୍କ ପରିବାର ଲୋକ ଭିକ ମାଗିବାକୁ ବାରମ୍ବାର ମନା କରୁଥିଲେ । କିନ୍ତୁ ତାଙ୍କୁ ଏହି କାମରୁ ଖୁସି ମିଳୁଥିଲା ।ସେଥିପାଇଁ ଘର ଲୋକଙ୍କ କଥା ନମାନି ସେ ଏହି ଦିଗକୁ ଆପଣେଇ ନେଇଥିଲେ । ଆଉ ବର୍ତ୍ତମାନ ଭାରତ ଙ୍କ ନାଁ ଏବେ ଚର୍ଚ୍ଚା ର ବିଷୟ ପାଲିଟିଯାଇଛି । କେବଳ ଭିକ ମାଗି କିପରି ଜଣେ ଏତେ ସଫଳତା ହାସଲ କରିସାରିଛନ୍ତି ଏକଥା ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।