ପରଲୋକରେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି

1 min read

ଟୋକିଓ: ପରଲୋକରେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି । ୧୧୯ ବର୍ଷରେ ଏ ଦୁନିଆରୁ ବିଦାୟ ନେଇଛନ୍ତି  ଜାପାନର ଫୁକୁଓକାର  କାନେ ଟାନାକା ।  ସରକାରୀ ରିପୋର୍ଟ ଅନୁସାରେ ଗତ ଏପ୍ରିଲ ୧୯ରେ ତାଙ୍କର ପରଲୋକ ହୋଇଛି ।

କାନେ ଟାନାକା ୨ ଜାନୁୟାରୀ ୧୯୦୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେହି ବର୍ଷ ହିଁ ରାଇଟ୍‌ ବ୍ରଦର୍ସଙ୍କ ଜନ୍ମ ହୋଇଥିଲା । କୁହାଯାଏ ସେହିବର୍ଷ ଖୁବ୍‌ ପ୍ରସିଦ୍ଧ ବ୍ୟକ୍ତିମାନେ ଜନ୍ମ ହୋଇଥିଲେ । ଯେପରିକି ବ୍ରିଟିସ ଲେଖକ ଜର୍ଜ ଓରଓ୍ୱେଲ,  ଫିଲ୍ମ ନିର୍ଦ୍ଦେଶକ ୟାସୁଜିରୋ ଓଜୁ ଇତ୍ୟାଦି ।

ନିଜର ଜୀବନ କାଳରେ ସେ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛନ୍ତି । ଜାପାନରେ ପରମାଣୁ ବୋମା ପଡ଼ିବା ଦେଖିଛନ୍ତି । ୧୯୦୪ରେ ଜାପାନ-ରୁଷ ଯୁଦ୍ଧର ବର୍ଷକ ପୂର୍ବରୁ ସେ ଜନ୍ମଗ୍ରହଣ କରିଥିଲେ । ନିଜ ଜୀବନକାଳରେ ସେ ଜାପାନରେ ସମ୍ରାଟ ମେଜି, ତାଇସୋ,ହେସେଇ, ରେଓ୍ବାଙ୍କ ଶାସନ ଦେଖିଛନ୍ତି ।

୨୦୧୯ରେ ୧୧୬ ବର୍ଷ ବୟସ ହୋଇଥିବାବେଳେ ଗିନିଜ ବୁକ୍‌ ଅଫ୍‌ ଓ୍ୱାର୍ଲଡ ରେକର୍ଡ଼ସରେ ତାଙ୍କ ନାମ ସ୍ଥାନ ପାଇଥିଲା ।