ଦୁନିଆର ପ୍ରଥମ ଭେଜିଟାରିଆନ ସିଟି, ଯେଉଁଠି ଆମିଷ ଖାଇବା ପାପ..

1 min read

ଗୁଜରାଟ: ବିଶ୍ୱର ପ୍ରଥମ ଶାକାହାରୀ ସହର । ଯେଉଁଠି ଆମିଷ ଖାଇବା ପାପ । ଏଠି ନା ପଶୁପକ୍ଷୀ ହତ୍ୟା କରାଯାଏ, ନା ବିକ୍ରି ହୁଏ ମାଂସ । ଏପରିକି ବଜାରରେ ଅଣ୍ଡା ବି ବିକ୍ରି ହୁଏନି । ଆମ ଭାରତରେ ହିଁ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର । ଗୁଜରାଟ ଭାବନଗର ଜିଲ୍ଲାର ପାଲିତାନ ସହର ଶାକାହାରୀ ସହରର ମାନ୍ୟତା ପାଇଛି । ଜୈନ ଧର୍ମାବଲମ୍ବୀଙ୍କ ଶାଶ୍ୱତସ୍ଥଳ ଭାବେ ପରିଚିତ ଏ ସହରରେ ସମସ୍ତେ ଶାକାହାରୀ ଜୀବନ ଜିଉଁଛନ୍ତି।..

କେମିତି ବନ୍ଦ ହେଲା ପଶୁପକ୍ଷୀ ହତ୍ୟା..

୨୦୧୪ରେ ସହରରେ ପଶୁପକ୍ଷୀ ହତ୍ୟା ଉପରେ ରାଜ୍ୟ ସରକାର ବ୍ୟାନ ଲଗାଇଥିଲେ । ତା’ ପରଠୁ ସହରରେ ଗୋଟିଏ ବି ପଶୁପକ୍ଷୀ ହତ୍ୟା କରାଯାଇନି । ସହରରେ ଥିବା ୨୫୦ରୁ ଊର୍ଦ୍ଧ୍ୱ କଂସେଇଖାନା ବନ୍ଦ କରିବା ଜିଦ୍‌ରେ ଅଡ଼ିବସିଥିଲେ ଜୈନସାଧୁ ।

ଯ଼ଦି କଂସେଇଖାନା ବନ୍ଦ କରା ନଯାଏ ତେବେ ଆତ୍ମାହୁତି ଦେବେ ବୋଲି ଜୈନସାଧୁ ଚେତାବନୀ ଦେଇଥିଲେ । ଶେଷରେ ଜୈନସାଧୁଙ୍କ ଦାବି ମାନି ସ୍ଥାନୀୟ ଅଞ୍ଚଳରେ ମାଂସ ବିକ୍ରି ଓ ପଶୁପକ୍ଷୀ ହତ୍ୟା ଉପରେ ସରକାର ନିଷେଧାଦେଶ ଲାଗୁ କରିଥିଲେ ।  ତେବେ ଡାଇରୀ ଫାର୍ମ ପାଇଁ ପ୍ରଶାସନର ଅନୁମତି ରହିଛି ।

 

କାହିଁକି ପ୍ରସିଦ୍ଧ ପାଲିତାନା

ଭାବନଗର ଜିଲ୍ଲାରୁ ୫୦ କିମି ଦୂର  ଦକ୍ଷିଣ-ପଶ୍ଚିମରେ ରହିଛି ପାଲିତାନା ସହର ।  ଜୈନଧର୍ମର ପ୍ରମୁଖ ସ୍ଥଳ ହିସାବରେ ଏ ସହର ଜଣାଶୁଣା । ଜୈନ ଧର୍ମଶାସ୍ତ୍ର ଅନୁସାରେ ଏହାକୁ ଶାଶ୍ୱତ ତୀର୍ଥ ବୋଲି କୁହାଯାଏ । ଶତ୍ରୁଞ୍ଜୟ ପାହାଡ଼ ଉପରେ ଅବସ୍ଥିତ ଏ ତୀର୍ଥ ସ୍ଥଳୀ, ୧୧ ଶହ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା ।

ଶ୍ରଦ୍ଧାଳୁ ଏକା ସାଙ୍ଗରେ ୯ ଶହରୁ ଅଧିକ ମନ୍ଦିରର ଦିବ୍ୟ ଦର୍ଶନ କରିପାରିବେ । ୧୧ ଶହ ଖ୍ରୀଷ୍ଟାବ୍ଦରେ ମନ୍ଦିର ନିର୍ମାଣ କରାଯାଇଥିଲା । ବର୍ଷ ସାରା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ।.. ')}

Leave a Reply