ଫ୍ରାନ୍ସ ଜ୍ୟୋତିଷଙ୍କ ଭବିଷ୍ୟବାଣୀ, ଆସନ୍ତା ବର୍ଷ ତୃତୀୟ ବିଶ୍ୱଯୁଦ୍ଧ !

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭର ଆଶଙ୍କା । ଏମିତି ଏକ ଭବିଶ୍ୟବାଣୀ କରିଛନ୍ତି ଜଣେ ଜ୍ୟୋତିଷ । ଫ୍ରାନ୍ସର ଜଣେ ଜ୍ୟୋତିଷ ନଷ୍ଟ୍ରାଡମସଙ୍କ ଭବିଶ୍ୟବାଣୀ ଅନୁସାରେ ଆସନ୍ତା ବର୍ଷ ବିଶ୍ୱରେ ତୃତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି । ଯାହାର ଆଶଙ୍କାରେ ଗୋଟେ ପ୍ରକାର ଭୟ ସୃଷ୍ଟି ହୋଇଛି । ଆଉ ଏହି ଜ୍ୟୋତିଷ ହେଉଛନ୍ତି ନଷ୍ଟ୍ରାଡମସ ଯହାଙ୍କ ଜନ୍ମ ୧୬ତମ ଶତାବ୍ଦିରେ ଫ୍ରାନ୍ସର ହୋଇଥିଲା । ସେ ଭବିଷ୍ୟରେ ହେବାକୁ ଥିବା କିଛି ଘଟଣା ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି । କୁହାଯାଉଛି ଯେ, ଏହି ଭବିଷ୍ୟବାଣୀରେ ଋଷ ୟୁକ୍ରେନ ସମ୍ବନ୍ଧରେ ଯାହା ଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି ।

କୁହାଯାଉଛି ଯେ, ନଷ୍ଟ୍ରାଡମସ ଭବିଷ୍ୟବାଣୀ କରିଥିଲେ ଯେ, ଋଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତ ସମାପ୍ତ ହୋଇଯିବ କିନ୍ତୁ ବିଭିନ୍ନ ଦେଶ ମଧ୍ୟରେ ମତଭେଦର ନିଆଁ ଧିରେ ଧିରେ ଜ୍ୱାଳମୁଖି ହୋଇ ଫାଟିବ । ଯାହା ଫଳରେ ଆସନ୍ତା ବର୍ଷ ପୂର୍ବ ୟୁରୋପରେ ଯୁଦ୍ଧ ଆରମ୍ଭ ହୋଇଯିବ । ଆଉ ଏହା ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସ୍ପଷ୍ଟ କରିଛନ୍ତି ନଷ୍ଟ୍ରାଡମସ ।

୭ମାସ ପର୍ଯ୍ୟନ୍ତ ହେବ ତୃତୀୟ ବିଶ୍ୱଯୁଦ୍ଧ

ନଷ୍ଟ୍ରାଡମସ ଏହା ମଧ୍ୟ କହିଛନ୍ତି ଯେ, ଏହି ତୃତୀୟ ବିଶ୍ୱଯୁଦ୍ଧ ୭ମାସ ପର୍ଯ୍ୟନ୍ତ ଚାଲିବ । ଏବଂ ଏହି ସମୟରେ ବିଶ୍ୱରେ ପ୍ରାୟ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଯିବ । ନଷ୍ଟ୍ରାଡମସଙ୍କ ଅନୁସାରେ, ଏହି ଯୁଦ୍ଧରେ ବିଶ୍ୱରେ ନିଆଁ ବର୍ଷା ହେବ ଏବଂ ଅନେକ ଦେଶ ସେମାନଙ୍କ ଅସ୍ଥିତ୍ୱ ହରାଇଦେବେ ।  ଏବଂ ବଞ୍ଚିଯାଇଥିବା କିଛି ଲୋକ ମାନବ ଜୀବନର ନୂଆ ଆରମ୍ଭ କରିବେ । ଆଉ ଏହାରି ପରେ ବିଶ୍ୱରେ ଆଉ ଗୋଟେ ନୂଆ ବିଶ୍ୱଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯିବ ।

ବିଶ୍ୱାସ କରାଯାଏ ଯେ,  ସେ ୨୦୨୨ ମସିହାରେ ୟୁରୋପରେ ଯୁଦ୍ଧ ଆରମ୍ଭ ହେବାର ପୂର୍ବାନୁମାନ କରିଛନ୍ତି  । ଏହି ଯୁଦ୍ଧ ଧୀରେ ଧୀରେ ବୃଦ୍ଧି ପାଇ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେବ, ଯେଉଁଥିରେ ଅନ୍ୟ ଦେଶମାନେ ମଧ୍ୟ ଯୋଗଦେବେ  ।

ନଷ୍ଟ୍ରାଡାମସଙ୍କ ପ୍ରାୟ ୭୦ ପ୍ରତିଶତ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି

ନଷ୍ଟ୍ରାଡାମସଙ୍କ ମୃତ୍ୟୁ ପ୍ରାୟ ୪୫୦ ବର୍ଷ ପୂର୍ବେ ହୋଇଥିଲା । ସେ ତାଙ୍କ ଜୀବନରେ ୬,୩୩୮ ଭବିଷ୍ୟବାଣୀ କରିଥିଲେ । ଏହି ଭବିଷ୍ୟବାଣୀଗୁଡିକର ୭୦ ପ୍ରତିଶତ ବର୍ତ୍ତମାନ ସୁଧା ସତ ହୋଇଛି । ତାଙ୍କର ସତ ହୋଇଥିବା କିଛି ଭବିଷ୍ୟବାଣୀ ହୋଉଛି ଜର୍ମାନୀରେ ଆଡଲଫ୍ ହିଟଲରଙ୍କ ଜନ୍ମ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୧୧ ସେପ୍ଟେମ୍ବରର ଆତଙ୍କବାଦୀ ଆକ୍ରମଣ, ଫରାସୀ ବିପ୍ଳବ ଏବଂ ପରମାଣୁ ବୋମାର ବିକାଶ ।

୨୦୨୦ ମସିହାରେ କରୋନା ଭାଇରସ୍ ମହାମାରୀର ବିଷୟରେ ନଷ୍ଟ୍ରାଡମସ୍ ମଧ୍ୟ ପୂର୍ବାନୁମାନ କରିଥିଲେ, ଯାହା ସତ ପ୍ରମାଣିତ ହୋଇଥିଲା  । ଏପରି ପରିସ୍ଥିତିରେ, ତାଙ୍କର ଭବିଷ୍ୟବାଣୀ ମଧ୍ୟ ସଠିକ୍ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି ।