୨୦୨୫ ସୁଦ୍ଧା ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ୨୦୨୫ ସୁଦ୍ଧା ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରାଯିବା ନେଇ ଲକ୍ଷ ରଖାଯାଇଛି । ତେବେ ଯକ୍ଷ୍ମା ରୋଗୀ ଚିହ୍ନଟ କରି ମାଗଣାରେ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ କରି ଆସୁଛନ୍ତି । ଏହାସହ ଯକ୍ଷ୍ମାରୋଗ ଦୁରିକରଣ ନେଇ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ ମଧ୍ୟ କାର୍ଯ୍ୟ କରୁଛି ।

ରୋଗୀକୁ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ରାଜ୍ୟ ସରକାର ପ୍ରତି ମାସରେ ପାଞ୍ଚ ଶହ ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ କିଛି ରୋଗୀ ସାମାଜିକ ବାସନ୍ଦ ଭୟରେ ଟେଷ୍ଟିଂ କରୁନାହାଁନ୍ତି କି ଚିକିତ୍ସିତ ହେଉନାହାଁନ୍ତି । ଏଥିପାଇଁ ରାଜ୍ୟରେ ଯକ୍ଷ୍ମା ରୋଗ ଏବେ ବି ମାଡୁଛି । ବିଶ୍ୱ ଯକ୍ଷ୍ମା ଦିବସ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଆସନ୍ତା ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ପାଇଁ କାର୍ଯ୍ୟକରିବାକୁ ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରୋତ୍ସାହିତ କରିବା ସହ ସଚେତନତା କରାଯାଉଛି ବୋଲି ନିର୍ଦ୍ଦେଶକ କହିଛନ୍ତି ।