ଓ୍ୱାର୍ଲଡ ରାଇଜିଂ ଷ୍ଟାର ଟ୍ରଫି ହାସଲ କଲେ ଓଡ଼ିଆ ଝିଅ ଦିବ୍ୟାଶ୍ରୀ

1 min read

ଭୁବନେଶ୍ୱର: ଓଡ଼ିଆ ଝିଅ ଦିବ୍ୟାଶ୍ରୀ ଦେଶ ତଥା ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଜର୍ଜିଆ ଦେଶରେ ଆୟୋଜିତ ଓ୍ୱାର୍ଲଡ ରାଇଜିଂ ଷ୍ଟାର-୨୦୨୦ର ବିଜେତା ହୋଇଛନ୍ତି କୁନି ଝିଅ ଦିବ୍ୟାଶ୍ରୀ । ଦିବ୍ୟାଶ୍ରୀ ହେଉଛନ୍ତି ଭାରତର ପ୍ରଥମ କୁନି ଝିଅ ଯିଏ ଏହି ଟାଇଟଲକୁ ହାସଲ କରିଛନ୍ତି ।

୪ରୁ ୭ ବର୍ଷର ଶିଶୁ କନ୍ୟା ମାନଙ୍କ ମଧ୍ୟରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ସେ ହାସଲ କରିଛନ୍ତି ଟାଇଟଲ । ଏହା ସହ ବେଷ୍ଟ ନ୍ୟାସ୍‌ନାଲ କଷ୍ଟ୍ୟୁମରେ ମଧ୍ୟ ଟାଇଟଲ ହାସଲ କରିଛନ୍ତି ଦିବ୍ୟାଶ୍ରୀ । ଦିବ୍ୟାଶ୍ରୀଙ୍କ ଘର ହେଉଛି ଓଡ଼ିଶାର ପୁରୀ ଜିଲ୍ଲାରେ ।

ସେ ତାଙ୍କ ମାଆ ବାପାଙ୍କ ସହ ଛୋଟବେଳୁ ବେଙ୍ଗାଲୁରରେ ରୁହନ୍ତି । ଦିବ୍ୟାଶ୍ରୀ ଦୁଇ ବର୍ଷରୁ ତାଙ୍କର ମଡେଲିଂ କ୍ୟାରିୟର ଆରମ୍ଭ କରିଛନ୍ତି ।

ପାଖାପାଖି ୧୫ ରୁ ଉର୍ଦ୍ଧ୍ୱ ସ୍ଥାନରେ ଟାଇଟଲ ହାସଲ କରିଛନ୍ତି ଦିବ୍ୟାଶ୍ରୀ  । ଏହି ସଫଳତା ପଛରେ ତାଙ୍କର ମାଆ ବାପା ଏବଂ ଭାରତର ନ୍ୟାସନାଲ ଡ଼ାଇରେକ୍ଟର ଭେଲେବଣ୍ଟିନାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Leave a Reply