ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ନୂଆଦିଲ୍ଲୀ

1 min read

ନୂଆଦିଲ୍ଲୀ: ଭାରତର ରାଜଧାନୀ ନୂଆଦିଲ୍ଲୀ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ।  ଲଗାତାର ଦ୍ୱିତୀୟ ବର୍ଷରେ ଭାରତର ରାଜଧାନୀ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ଲିଷ୍ଟରେ ଶୀର୍ଷରେ ରହିଛି । ବାଂଲାଦେଶର ରାଜଧାନୀ ଢାକା ଦ୍ୱୀତୟ ସ୍ଥାନରେ, ଆଫ୍ରିକାନ ଦେଶ ଚାଡ଼ର ରାଜଧାନୀ ନଜାମିନା ତୃତୀୟରେ, ତାଜାକିସ୍ତାନର ଦୁଶାଂବେ ଚତୁର୍ଥରେ ଏବଂ ଓମାନର ମସ୍କଟ ପଞ୍ଚମ ସ୍ଥାନରେ ରହିଛି । ବିଶ୍ୱର ୧୫ ସବୁଠାରୁ ଅଧିକ ପ୍ରଦୂଷିତ ସହର ମଧ୍ୟମ ଓ ଦକ୍ଷିଣ ଏସିଆରେ ରହିଛି । ଏଥିରୁ ୧୨ଟି ସହର ଭାରତର ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ବାୟୁ ଗୁଣବତ୍ତା ସୂଚକ(Air Quality Standard) ସାମ୍ନାରେ ବିଶ୍ୱର କୌଣସି ବି ସହର ଉତିନ୍ନ ହୋଇପାରି ନାହିଁ । ଏହି ସର୍ଭେରେ ବିଶ୍ୱର ୬,୪୭୫ ସହରର ତଥ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ମଙ୍ଗଳବାର ଦିନ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ପ୍ରଦୂଷଣ ପ୍ରଯୁକ୍ତିବିଦ୍ୟା କମ୍ପାନୀ IQAir ଦ୍ୱାରା ପ୍ରକାଶିତ ଏହି ତଥ୍ୟରେ ବିଶ୍ୱର ୯୩ଟି ସହରରେ ନିର୍ଦ୍ଧାରିତ ସ୍ତର PM2.5 ଠାରୁ ୧୦ ଗୁଣ ଅଧିକ ବୋଲି ଜଣାପଡିଛି। ।

WHO ଅନୁସାରେ କୌଣସି ବି ସହରରେ PM2.5 ର ସ୍ତର ୫ ମାଇକ୍ରୋଗ୍ରାମ ଉପରେ କ୍ୟୁବିକ ମିଟରରୁ ଅଧିକ ନହେବା ଦରକାର । ଏହି ଡାଟା ଅନୁସାରେ ବାଂଲାଦେଶ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ଦେଶ । ଚୀନ ଏହି ରାଙ୍କରେ ୨୨ନମ୍ବରରେ ରହିଛି । ଗୋଟିଏ ବର୍ଷ ପୂର୍ବେ ଚୀନ ୧୪ ନମ୍ବରରେ ଥିଲା ।

IQAir ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପିଏମ ୨.୫ରେ ଜାରି ସୂଚକ ଅନୁସାରେ ଏହି ଡାଟା ଜାରି କରିଛି । ଏହି ରିପୋର୍ଟରେ ଆମେରିକାର ୨,୪୦୬ସହରକୁ ସାମିଲ କରାଯାଇଛି । IQAirର ପରିଚାଳକ ଫ୍ରେଂକ ହମେନ୍ସ କହିଛନ୍ତି ଯେ,ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱର ସୁଦ୍ଧ ବାୟୁ ପାଇଁ ଏବେ ମଧ୍ୟ କିଛି କରିବା ବାକି ରହିଯାଇଛି ।