ମାନବ ଅଧିକାର କ’ଣ ? କାହିଁକି ପାଳନ କରାଯାଏ ବିଶ୍ୱ ମାନବ ଅଧିକାର ଦିବସ

ନୂଆଦିଲ୍ଲୀ:: ଆଜି ମାନବିକ ଅଧିକାର ଦିବସ  । ପ୍ରତିବର୍ଷ  ଡିସେମ୍ୱର ମାସ ୧୦ ତାରିଖରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ  । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମଣିଷ । ଏଣୁ ସବୁ ବର୍ଗର ମଣିଷ କିଭଳି ଉଚିତ୍ ସମ୍ମାନ ଓ ନ୍ୟାୟ ପାଇବେ ସେନେଇ ବିଶ୍ୱସମୂହ ମାନବିକ ଅଧିକାର ଦିବସ ପାଳନ କରୁଛି ।

୧୯୪୮ ମସିହାରେ ଜାତିସଂଘର ସାଧାରଣ ସଭାରେ ଡିସେମ୍ୱର ୧୦ ତାରିଖକୁ ମାନବ ଅଧିକାର ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ୪୮ଟି ଦେଶ ଏକାଠି ହୋଇ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ଏହି ଦିନକୁ ପାଳନ କରିଥିଲେ । ସେହିପରି ୧୯୯୩ ମସିହାରେ ମାନବିକ ଅଧିକାର ସଂଜ୍ଞା ସହ ମାନବିକ ଅଧିକାର ସୁରକ୍ଷା ଆଇନ୍ ଭାରତ ସଂସଦରେ ପ୍ରଣୀତ ହୋଇଥିଲା। ସେହି ବର୍ଷ ଜାତୀୟ ସ୍ତରରେ ମାନବ ଅଧିକାର କମିସନର୍ ଗଠନ ମଧ୍ୟ କରାଯାଇଥିଲା ।

ମାନବ ଅଧିକାର କ’ଣ ?

ମାନବ ଅଧିକରାର ଅର୍ଥ ହେଉଛି  ସମସ୍ତଙ୍କୁ ସବୁ ଅଧିକାର ଦେବା ,  ଯାହା ବ୍ୟକ୍ତିର ଜୀବନ, ସ୍ୱତନ୍ତ୍ରତା, ସମ୍ମାନତା ଓ ପ୍ରତିଷ୍ଠା ସହ ଜଡ଼ିତ । ଏହି ସମସ୍ତ ଅଧିକାର ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ନାଁରେ ରହିଛି ଏବଂ ଏହି ଅଧକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଥାଏ ।

ମାନବ ଅଧିକାରର ମହତ୍ତ୍ୱ

ଦୁନିଆରେ ସବୁ ଲୋକଙ୍କର ସମାନ ଅଧିକାର ରହିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଏବଂ କୌଣସି ଜିନିଷରେ ଭେଦ ଭାବ କରାଯାଇ ପାରିବ ନାହିଁ ଏଥିପାଇଁ ଅଧିକାରର ନିର୍ମାଣ କରାଯାଇଛି । କୌଣସି ବି ବ୍ୟକ୍ତି କିଛି ବି ପରିସ୍ଥିତିରେ କାହା ଅଧିକାରରୁ ଛଡ଼ାଇ ନେଇ ପାରିବ ନାହିଁ । ଏହାସହ କୌଣସି ସରକାର କିମ୍ବା ସଂସ୍ଥା କାହା ସହ ଭେଦ ଭାବ ମଧ୍ୟ କରିପାରିବେ ନାହିଁ ।

Leave a Reply