World Heart Day 2020: କେବଳ ଛାତି ଯନ୍ତ୍ରଣା ନୁହେଁ, ଏଗୁଡ଼ିକ ମଧ୍ୟ ହୋଇପାରେ ହୃଦଘାତର ଲକ୍ଷଣ

1 min read

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ସେପଟେମ୍ବର ମାସ ୨୯ ତାରିଖରେ ସମଗ୍ର ବିଶ୍ୱରେ ହୃଦୟ ଦିବସ ବା ୱାର୍ଲ୍ଡ ହାର୍ଟ ଡେ’ ପାଳନ କରାଯାଏ । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା । ୱାର୍ଲ୍ଡ ହାର୍ଟ ଫେଡେରେସନ୍ ଅନୁସାରେ, ସାରା ବିଶ୍ୱରେ ସର୍ବାଧିକ ମୃତ୍ୟୁ ହୃଦ୍ ରୋଗ ହେତୁ ହୋଇଥାଏ। ତେବେ ହୃଦଘାତ ପରିସ୍ଥିତି କେତେବେଳେ ଆସେ ଏବଂ କେଉଁ ଲକ୍ଷଣଗୁଡିକୁ ନେଇ ଧ୍ୟାନ ଦେବା ଜରୁରୀ ଜାଣନ୍ତୁ –

ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ପହଞ୍ଚାଇବା ଓ ରକ୍ତ ଯୋଗାଇବା ହେଉଛି ହୃଦୟର କାମ । ଏବଂ ଯେତେବେଳେ ଏହା କାର୍ଯ୍ୟ କରିବା ବନ୍ଦ କରିଦିଏ, ସେତେବେଳେ ମଣିଷ ହୃଦଘାତର ଶିକାର ହୋଇଥାଏ । ଏହା ସାଧାରଣତଃ ସେତେବେଳେ ହୁଏ ଯେତେବେଳେ ହୃଦୟ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରିବାକୁ କିମ୍ବା ଶରୀରକୁ ରକ୍ତ ଯୋଗାଇବାକୁ ଶକ୍ତିଶାଳୀ ନଥାଏ । ହୃଦଘାତ ସମୟରେ, ଲୋକଙ୍କ ହୃଦୟରେ ଏମିତି ଯନ୍ତ୍ରଣା ହୁଏ, ଯାହା କେବଳ ଚେଷ୍ଟ ଏକ୍ସ-ରେ ଦେଖାଯାଇପାରିବ । ଏଥିପାଇଁ ଅନେକ ସମସ୍ୟା ମଧ୍ୟ ହୋଇଥାଏ ।

ହୃଦଘାତର ଲକ୍ଷଣ- ଛାତି ଯନ୍ତ୍ରଣା ବ୍ୟତୀତ ନିଶ୍ୱାସ ନେବାରେ ଅସୁବିଧା ମଧ୍ୟ ଏହାର ଲକ୍ଷଣ ହୋଇଥାଏ । କିଛି ଲୋକଙ୍କୁ ପାହାଚ ଚଢ଼ିବା ପରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ, ସେମାନେ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି । କିଛି ଲୋକେ ବସିବା ସମୟରେ ମଧ୍ୟ ଅସୁବିଧା ଅନୁଭବ କରନ୍ତି, ଯାହା ଦ୍ୱାରା ହୃଦଘାତ ହୋଇପାରେ ।  ନିଶ୍ୱାସ ସମସ୍ୟା ଏବଂ ଶୁଖିଲା କାଶ ଯୋଗୁଁ ଅସୁବିଧା ଅନୁଭବ କରିବା ମଧ୍ୟ ହୃଦଘାତର ଲକ୍ଷଣ ହୋଇଥାଏ । ହୃଦଘାତର ସ୍ଥିତି ଯେତେବେଳେ ବଢିବାରେ ଲାଗେ ସେତେବେଳେ ମଣିଷକୁ କମ ଭୋକ ଲାଗେ । ସେମାନଙ୍କ ହାର୍ଟ ବିଟ୍ ମଧ୍ୟ ଦ୍ରୁତ ହୋଇଥାଏ । ଏହା ସହ ଶରୀର ମଧ୍ୟ ଦୁର୍ବଳ ହୋଇଯାଏ ।

*ଷ୍ଟେଜ୍ Aରେ ରୋଗୀମାନଙ୍କର ଅଧିକ ହୃଦଘାତ ହେବାର ଆଶଙ୍କା ରହିଥାଏ । ଏହି ରୋଗୀମାନଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନ୍ୟ କେତେକ ରୋଗ ମଧ୍ୟ ରହିଥାଏ ।

*ଷ୍ଟେଜ୍ Bରେ ରୋଗୀମାନଙ୍କର ଅନେକ ହୃଦୟ ସମ୍ବନ୍ଧୀୟ ରୋଗ ଥାଏ । କିଛି ଲୋକଙ୍କର ଭେଣ୍ଟ୍ରିକୁଲାର ସିଷ୍ଟୋଲିକ୍ ଡିସଫଙ୍କସନ ଦେଖାଯାଏ ।

*ଷ୍ଟେଜ୍ Cରେ, ରୋଗୀମାନଙ୍କର ସିଷ୍ଟୋଲିକ୍ ଡିସଫେଙ୍କସନ୍ ରହିଥାଏ ଏବଂ ସେମାନଙ୍କୁ ଅନେକ ଲକ୍ଷଣ ଅନୁଭବ ହୋଇଥାଏ । ଏହି ପର୍ଯ୍ୟାୟରେ ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ଆରମ୍ଭ ହୁଏ ।

*ଷ୍ଟେଜ୍Dରେ ରୋଗୀମାନଙ୍କର ମେଡିକାର ଥେରାପି ସତ୍ତ୍ୱେ ଡିସ୍ପେନିଆ ଏବଂ ଥକ୍କା ଭଳି ଲକ୍ଷଣ ଦେଖାଯାଏ । ଏହି ଷ୍ଟେଜ୍ ହୃଦଘାତର ଅନ୍ତିମ ପର୍ଯ୍ୟାୟ ବୋଲି କୁହାଯାଏ ।

କନ୍ଜେଷ୍ଟିଭ୍ ହାର୍ଟ ଫେଲ୍ ହେଉଛି ଶେଷ ପର୍ଯ୍ୟାୟ ଯେଉଁଥିରେ ହୃଦୟ ମାଂସପେଶୀ ରକ୍ତ ଯୋଗାଇବାରେ ବିଫଳ ହୋଇଥାଏ । ଏବଂ ଏହି ଅବସ୍ଥାରେ କୌଣସି ଚିକିତ୍ସା କାମ କରେ ନାହିଁ । ହୃଦୟର ମାଂସପେଶୀ ଏତେ ଦୁର୍ବଳ ହୋଇଯାଏ ଯେ ସେମାନେ ରକ୍ତ ଯୋଗାଇପାରନ୍ତି ନାହିଁ ଏବଂ ଏହି କ୍ଷେତ୍ରରେ ହୃଦଘାତ ହୋଇଥାଏ ।

Leave a Reply