ବିଶ୍ୱର ପ୍ରଥମ ସିଏନଜି ବାଇକ୍ ଲଞ୍ଚ କଲା ବଜାଜ୍ ଗ୍ରୁପ ; କହିଲା ‘ଟାଇଗର ଅଭି ଜିନ୍ଦା ହେ’

ନଆଦିଲ୍ଲୀ : ବଜାଜ ଅଟୋ ନିକଟରେ ବିଶ୍ୱର ପ୍ରଥମ ସିଏନଜି ବାଇକ୍ ଲଞ୍ଚ କରିଛି। ଏହି ବାଇକକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅନ୍ୟପଟେ ବଜାଜ କମ୍ପାନୀ ମୁଖ୍ୟ ରାଜୀବ ବଜାଜଙ୍କ ଏକ ବିବୃତ୍ତି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଏହି ବାଇକ ଲଞ୍ଚ ସମୟରେ ନିଜ ବକ୍ତବ୍ୟରେ କହିଥିଲେ, ଟାଇଗର ଅଭି ଜିନ୍ଦା ହେ । ଏହି ଡାଇଲଗ କହିବା ସହ ହିରୋ ଗ୍ରୁପ ସହ ଜଡିତ ଏକ ଘଟଣା ସମ୍ପର୍କରେ ମଧ୍ୟ କହିଥିଲେ ।

ମୋଟରସାଇକେଲ ମାର୍କେଟରେ ବଜାଜ ଅଟୋ, ଟିବିଏସ୍ ଏବଂ ହିରୋ ମଧ୍ୟରେ ଦୀର୍ଘ ଦିନ ଧରି କଡ୍ଡା ଟକ୍କର ରହି ଆସିଛି । ଏହି ୩ କମ୍ପାନୀ ସର୍ବଦା ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରିଥାନ୍ତି । ଏହା ମଧ୍ୟରେ ଏବେ ବଜାଜ ଦୁନିଆର ପ୍ରଥମ ସିଏନଜି ବାଇକ ମାର୍କେଟରେ ଲଞ୍ଚ କରିଛି । ଏହି ଲଞ୍ଚ ଅବସରରେ ବଜାଜ ଗ୍ରୁପର ମାଲିକ ରାଜୀବ ବଜାଜ ଏକ ନୂଆ ଡାଇଲଗ୍ ସହ ହିରୋଗ ଗ୍ରୁପକୁ ନେଇ ଏକ ମଜାଦାର କଥା କହିଥିଲେ ।

ରାଜୀବ ବଜାଜ ହିରୋ ମୋଟର୍ସ ସହ ଜଡିତ ଏକ ଘଟଣା ବିଷୟରେ କହିଥିଲେ କି, ୧୯୯୦ ମସିହାରେ ବଜାଜର ଚେତକ ସ୍କୁଟରର ବିକ୍ରି କମିବାରେ ଲାଗିଥିଲା ଏବଂ ଏହା ବଦଳରେ ମୋଟରସାଇକେଲର ଚାହିଦା ବଢିଥିଲା । କାରଣ ସ୍କୁଟର ତୁଳନାରେ ମୋଟରସାଇକେଲର ମାଇଲେଜ ଅଧିକ ଥିଲା । ୧୯୯୭ରେ ପ୍ରଥମଥର ହିରୋ ହୋଣ୍ଡାର ବିକ୍ରି ବଜାଜକୁ କ୍ରସ୍ କରିଯାଇଥିଲା । ସେବେ ହିରୋ ହୋଣ୍ଡାର ଚେୟୋରମ୍ୟାନ ବ୍ରଜ ମୋହନ ଲାଲ୍ ଥିଲେ । ସେ ସେତେବେଳେ କହିଥିଲେ, ଟିକେ ଯତ୍ନ ନେଉଥିବ, ଟାଇଗର (ବଜାଜ) ଅଭି ଘାୟଲ ହୋ ଚୁକା ହେ  । ଆଜି ସିଏନଜି ବାଇକ ଲଞ୍ଚ ବେଳେ ପ୍ରାୟ ୩୦ ବର୍ଷ ପରେ ଏହି ଉକ୍ତିର ଉତ୍ତରରେ ବଜାଜର ମାଲିକ ‘ଟାଇଗର ଅଭି ଜିନ୍ଦା ହେ’ ବୋଲି କହିଛନ୍ତି ।