ଟାଟୁ ମଣିଷ : ଚିତା ପାଇଁ ଚାକିରୀ ଗଲା ତଥାପି ଟାଟୁ ପ୍ରେମରେ ପାଗଳ

ଟାଟୁ ସବୁ ଛଡାଇ ନେଇଛି । ପ୍ରଥମେ ଚାକିରି ଓ ପରେ ସାମାଜିକ ଗ୍ରହଣୀୟତା । ଟାଟୁ କହିଲେ ସାଧାରଣରେ ଫ୍ୟାସନକୁ ବୁଝନ୍ତି । ହେଲେ ତାଙ୍କ ପାଇଁ ଟାଟୁ ଏକ ସାଧନା । ନିହାତି ପକ୍ଷେ ବଞ୍ଚିରହିବା ପାଇଁ ଏକ ମାଧ୍ୟମ । ଶରୀରର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ସେ ଟାଟୁ କରିନାହାନ୍ତି । ଏପରିକି ଜିଭ ଓ ଆଇବଲ୍ ବି ବାଦ ପଡ଼ିନି । ସେ ହେଉଛନ୍ତି ସିଲଭେନ୍ ହେଲେନ୍ । ପେଶାରେ ଜଣେ ଶିକ୍ଷକ । ପ୍ୟାରିସର ଏକ ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିବା ପରେ ହିଁ ତାଙ୍କର ଟାଟୁକୁ ନେଇ ଭଲ ପାଇବା ଜନ୍ମିଲା । ଆସ୍ତେ ଆସ୍ତେ ଶରୀରର ସବୁ ସ୍ଥାନରେ ସେ ଟାଟୁ ବନାଇଲେ । ଏସବୁକୁ ନେଇ ସେ ବେଶ ଖୁସି । ହେଲେ ଏହି ଟାଟୁ ପ୍ରେମ ହିଁ ତାଙ୍କ ସାମାଜିକ ଜୀବନକୁ ପ୍ରଭାବିତ କରିଛି ।

tattoo man

ଶରୀରରେ ଅଧିକ ମାତ୍ରାରେ ଟାଟୁ ଥିବା ହେତୁ ହେଲେନଙ୍କ ରୂପରେ ପରିବର୍ତ୍ତନ ଆସିଛି । ଟାଟୁରେ ଆଚ୍ଛାଦିତ ଚେହେରା ତାଙ୍କୁ ଏକ ଭୟଙ୍କର ରୂପର ମଣିଷର ମାନ୍ୟତା ଦେଇଛି । ସ୍କୁଲ ପିଲେ ତାଙ୍କର ଏହି ରୂପକୁ ନେଇ ଭୟଭୀତ ହେବା ଆଶଙ୍କା କରି ଅଭିଭାବକମାନେ ତାଙ୍କୁ ଶିକ୍ଷକ ଭାବେ ଗ୍ରହଣ କରିବାକୁ ମନା ମଧ୍ୟ କରିଛନ୍ତି । ପରେ ବାଧ୍ୟ ହୋଇ ତାଙ୍କୁ ଶିକ୍ଷକତା ଛାଡିବାକୁ ପଡିଛି ।

World Famous Tattoo Man

ଶିକ୍ଷକ ଭାବେ ଜୀବନ କାଟିବାକୁ ଭଲ ପାଉଥିବା ହେଲେନ୍ ଏବେ ଲୋକଙ୍କ ପାଇଁ ପାଲଟିଛନ୍ତି ଏକ ଭୟଙ୍କର ରୂପୀ ମଣିଷ । ସେ କୁହନ୍ତି, ମୋର ମନେ ହେଉନି, ମୋତେ ଭେଟିଥିବା ଲୋକେ ମୋତେ ଦେଖି ଡରିବେ କିମ୍ୱା ଘୃଣା କରିବେ । ମାତ୍ର ଅଜାଣତରେ ମୋ ଉପରେ ଏକ ଭ୍ରମ ଧାରଣା ରହିଛି । ଏସବୁ ପାଇଁ ସେ କାହାରି ଉପରେ ଦୋଷ ମଧ୍ୟ ଲଦି ନାହାନ୍ତି । ସଫା ଶଦ୍ଦରେ କହିଛନ୍ତି ଗଣମାଧ୍ୟମ ମୋତେ ସହନଶୀଳତାର ଛବି ଭାବେ ଚିତ୍ରଣ କରିଛି । ମୋ ସଂଘର୍ଷକୁ ସହନଶୀଳତାର ରୂପ ମିଳିବା ଛୋଟ କଥା ନୁହେଁ । ସମାଜରେ ଟାଟୁ କରିଥିବା ଲୋକଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ଯଦି ମୋର ଏହି ସହନଶୀଳତାର ଛବି ସେମାନଙ୍କ ପାଇଁ ପ୍ରେରଣା ପାଲଟିପାରିବ, ତେବେ ଏହା ମୋ ପାଇଁ କମ୍ ବଡ କଥା । ସମାଜର ଅବହେଳିତ ପ୍ରତିଟି ଶ୍ରେଣୀ ଦିନେ ସହନଶୀଳତାକୁ ଅସ୍ତ୍ର କରି ଆଗକୁ ବଢ଼ିବେ ବୋଲି ବିଶ୍ୱାସ କରିଛନ୍ତି ହେଲେନ୍ ।

ସେ ଯାହା ହେଉନା କାହିଁକି, ମଣିଷର ଇଚ୍ଛା ଓ କର୍ମ ସବୁବେଳେ ସ୍ୱାଧୀନ ହେବା ଦରକାର । ସ୍ୱାଧୀନଚେତା ମଣିଷ ନିଜ ଦକ୍ଷତାର ପରିପ୍ରକାଶ କରିବାରେ ସଫଳ ହୁଏ । ସମାଜ ସେଭଳି ମଣିଷଙ୍କୁ ସମ୍ମାନ ଦେବା ଦରକାର । ତେବେ ସେମାନେ ଆଦର୍ଶ ପାଲଟିବେ, ଠିକ୍ ସିଲଭେନ୍ ହେଲେନଙ୍କ ଭଳି ।

Leave a Reply