ଆଜି ହାଇଭୋଲଟେଜ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

1 min read

ଅହମ୍ମଦାବାଦ: ଆଜି ଆଇସିସି କ୍ରିକେଟ ବିଶ୍ବକପର ହାଇଭୋଲଟେଜ ମ୍ୟାଚ୍ । ଆଜି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର । ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ । ଉଭୟ ଟିମ୍‌ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିଛନ୍ତି  ।

ଭଲ ରନ ରେଟ୍‌ ସହ ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ଉଭୟ ଟିମ୍‌ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି, କେଏଲ ରାହୁଲ ଓ ରୋହିତ ଶର୍ମା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି  । ବିଶ୍ବକପର ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିନଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶତକ ମାରିବା ସହ ଅନେକ ରେକର୍ଡ ସୃଷ୍ଟି କରିଥିଲେ ରୋହିତ ଶର୍ମା । ପାକିସ୍ତାନ ମଧ୍ୟ ବିଶ୍ବକପର ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଦଳର ଆତ୍ମବିଶ୍ବାସ ଭଲ ରହିଛି  । କ୍ୟାପଟେନ ବାବର ଆଜମ ଭାରତ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ପାକିସ୍ତାନ ଫ୍ୟାନ୍ସ ଆଶା ରଖିଛନ୍ତି  ।

ତେବେ ରିଜଓ୍ବାନଙ୍କ ପ୍ରଦର୍ଶନ ମଧ୍ୟ ପାକ ଟିମ୍‌ ପାଇଁ ବରଦାନ ହୋଇପାରେ ପୁରୁଷ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯, ଏହିଭଳି ଭାବେ ୭ ଥର ମୁହାଁମୁହିଁ ହୋଇଛନ୍ତି । ପ୍ରତିଥର କିନ୍ତୁ ଭାରତ ବିଜୟୀ ହୋଇଛି । ଆଜି ଖେଳାଯିବାକୁ ଥିବା ଚଳିତ ବିଶ୍ବକପ୍‌ର ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉଲ୍ଲସିତ ଥିଲା ବେଳେ ଭାରତ ଏବେ ଏହାକୁ ୮-୦ କରିବାକୁ ଲକ୍ଷ୍ୟ ରଖିଛି  ।