ଖ୍ରୀଷ୍ଟଧର୍ମାବଲମ୍ବୀ ପାଳୁଛନ୍ତି ବଡଦିନ, ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ବ୍ୟବସ୍ଥା
ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ବଡ଼ଦିନ । ଉତ୍ସବ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ । ଉତ୍ସବମୁଖର ହୋଇଛି ସାରା ବିଶ୍ବ । ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମବେତ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଚର୍ଚ୍ଚରେ କରାଯାଇଛି ବ୍ୟାପକ ବ୍ୟବସ୍ଥା । ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟର ଚର୍ଚ୍ଚରେ ଲାଗିଛି ଗହଳି ।
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଖ୍ରୀଷ୍ଟ ଧର୍ମାବଲାମ୍ବୀ । ଆଜିକୁ ପ୍ରାୟ ୨୦୨୨ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ବାସ ରହିଛି । ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା କୁହାଯାଉଛି । ଶେଷ ଜୀବନରେ ଯୀଶୁଙ୍କୁ କୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା ।
ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି। ଏହା ପର ଠାରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି ।