ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି, ଗଞ୍ଜାମ ଜିଲ୍ଲାରେ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ
ଗଞ୍ଜାମ: ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି, ପରିଚାଳନାକୁ ନେଇ ପୁରା ବିଶ୍ୱରେ ପ୍ରଶଂସିତ ହୋଇଛି ଓଡ଼ିଶା । ବିପର୍ଯ୍ୟୟ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ବୁଲି ଦେଖିଛନ୍ତି ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ। ଗତକାଲି ୱାଲର୍ଡ ବ୍ୟାଙ୍କର ସାମାଜିକ ସୁରକ୍ଷା ଓ ପରିବେଶର ଏକ ୬ ଜଣିଆ ଟିମ୍ ଗଞ୍ଜାମରେ ପହଞ୍ଚିଥିଲା । ଏହି ଟିମ ପ୍ରଥମେ ଛତ୍ରପୁର ବ୍ଲକର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ । ସେଠାରେ ଥିବା ପଞ୍ଚାୟତ ପ୍ରତିନିଧି, ମହିଳା ସଂଘ, ବାତ୍ୟା ଆଶ୍ରୟସ୍ଥଳୀ କମିଟିର ସଭ୍ୟମାନଙ୍କ ସହ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଆର୍ଯ୍ୟପଲ୍ଲୀ ସ୍ଥିତ ମୋ ସେବା କେନ୍ଦ୍ର ପରିଦର୍ଶନ କରିଥିଲେ। ଟିମ୍ ମୁଖ୍ୟ ଅନେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ବିଶ୍ୱ ବ୍ୟାଙ୍କ ଟିମ୍ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ।