ଭାରତକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ୧ ବିଲିୟନ୍ ଆମେରିକୀୟ ଡଲାର ସହାୟତା

1 min read

ନୂଆଦିଲ୍ଲୀ: ବିଶ୍ୱ କରୋନା ସହ ଯୁଝୁଛି । ଲକଡାଉନ୍ ପାଇଁ ସବୁ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି । ଭାରତର ଅର୍ଥନୀତିର ଗତିକୁ ତ୍ୱରିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଘୋଷଣା କରିଛି । ଦେଶର ଅର୍ଥନୀତିକୁ ଆଉ ଟିକିଏ ବଳ ଦେବାକୁ ବିଶ୍ୱ ବ୍ୟାଙ୍କ ଅର୍ଥ ମଞ୍ଜୁର କରିଛି ।

ସାମାଜିକ ସୁରକ୍ଷା ପ୍ୟାକେଜ୍ ହିସାବରେ ବିଶ୍ୱ ବ୍ୟାଙ୍କ ଭାରତକୁ ୧ ବିଲିୟନ୍ ଆମେରିକୀୟ ଡଲାର ସହାୟତା ଯୋଗାଇ ଦେବ । ଯାହା ଭାରତ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ସହ ଜଡ଼ିତ ଯୋଜନାରେ ଖର୍ଚ୍ଚ ହେବ ।

ସାମାଜିକ ସୁରକ୍ଷା ଟେକ୍ନୋଲୋଜି ଫଣ୍ଡ ଦ୍ୱାରା ବିଶେଷକରି ସହରାଞ୍ଚଳରେ ରହୁଥିବା ଗରିବ ଓ ପ୍ରବାସୀ ଶ୍ରମିକ ଲାଭ ପାଇବେ ।

Leave a Reply