ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଲେ ବିକ୍ରମସିଙ୍ଘେ

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଭିତରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମସିଂଘେ । ଗତକାଲି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେଇଥିବା ବେଳେ ଆଜି ଏହାକୁ ବିଧିବଦ୍ଧ ଘୋଷଣା କରିଥିଲେ ବାଚସ୍ପତି ମହିନ୍ଦା ୟାପା ଆବେଓ୍ବେରଦାନା । ଗୋଟାବାୟାଙ୍କ ଇସ୍ତଫା ପରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ।

ଶ୍ରୀଲଙ୍କା ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିୟା ରାନିଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେ ଅନ୍ତରୀଣ ରାଷ୍ଟ୍ରପତି ଦାୟିତ୍ବରେ ରହିବେ । ଜୁଲାଇ ୨୦ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ହେବ । ଆସନ୍ତାକାଲି ସଂସଦ ଭବନରେ ଏ ନେଇ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତିଙ୍କ ବୈଠକ ଡାକିଥିବା ବେଳେ ଆଗାମୀ ରାଷ୍ଟ୍ରପତିଙ୍କୁ ନେଇ ବହୁମତ ସଂଗ୍ରହ କରାଯିବ ବୋଲି କୁହାଯାଉଛି ।