କ୍ୟାପିଟାଲ୍ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରାଉ… ଧାରଣାରେ ସଫେଇ କର୍ମଚାରୀ

workers create ruckus in capital hospital

ଭୁବନେଶ୍ୱର: ଆଜି କ୍ୟାପିଟାଲ୍‌ ହସପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସଫେଇ କର୍ମଚାରୀମାନେ ନିର୍ଦ୍ଦେଶକଙ୍କୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି । ଦରମା ହରିଲୁଟ୍‌ କରିବା ଅଭିଯୋଗରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି।  ଏଥିସହ ସେମାନଙ୍କୁ ନିର୍ଦ୍ଦେଶକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ଥାନା ପୋଲିସ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରୁଛନ୍ତି ।

ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ  । ଏଥିପାଇଁ ସେମାନେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ କରିଛନ୍ତି । ତେଣୁ ନିର୍ଦ୍ଦେଶକଙ୍କୁ ତୁରନ୍ତ ବଦଳି ସହ ମାସିକ ୧୦ ହଜାର ଟଙ୍କା ଦାବି କରାଯାଇଛି । ଏହା ସହ କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ସଫେଇ କର୍ମଚାରୀ ଦାବି କରିଛନ୍ତି ।

ସେପଟେ ନିର୍ଦ୍ଦେଶକ କହିଛନ୍ତି ଯେ, ତାଙ୍କର କର୍ମଚାରୀମାନଙ୍କ ସହ ଆଲୋଚନା ଜାରି ରହିଛି । ହସ୍ପିଟାଲ ପରିସରକୁ ଅଧିକ ସଫାସୁତୁରା ରଖିବା ପାଇଁ କର୍ମଚାରୀଙ୍କୁ ତାଗିଦ୍ କରାଯାଇଛି । ତେବେ  ହସ୍ପିଟାଲରେ କାମ କରୁଥିବା ୧୩୦ ରୁ ଅଧିକ ସଫେଇ କର୍ମଚାରୀ ଆଉଟ୍ ସୋର୍ସିଂ ଅଧିନରେ ଏଠାରେ କାମ କରୁଛନ୍ତି । ତେବେ  ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ  ସଫେଇ କର୍ମଚାରୀଙ୍କୁ କରୋନା ଟଙ୍କା ଦିଆଯିବ । ସେନେଇ କାମ ଜାରି ରହିଛି ।

Leave a Reply