ଅସହାୟତାର ଚିତ୍ର : ପାଣି ବୋତଲକୁ ଚପଲ କରି ହଜାର ହଜାର କିଲୋମିଟର ଘର ବାହୁଡା ଯାତ୍ରା
1 min readନୂଆଦିଲ୍ଲୀ: ଲକଡାଉନ୍ ଜୀବନ ଉପରେ ଲଗାଇ ଦେଇଛି ତାଲା । ମୁଠାଏ ଦାନା ଯୋଗାଡ କରିବାକୁ ଯେଉଁମାନେ ଦିନେ ଭିଟାମାଟି ଛାଡି ଥିଲେ ଏବେ ସେମାନେ ସେଇ ମୁଠାଏ ଦାନା ପାଇଁ ଘରକୁ ଫେରୁଛନ୍ତି । ପାଖରେ ନାହିଁ ଟଙ୍କା,ଖାଇବାକୁ ଦାନା ତେଣୁ ଘରମୁହାଁ ହେଉଛନ୍ତି ପ୍ରବାସୀ ଶ୍ରମିକ । ହଜାର ହଜାର କିଲୋମିଟରର ପଦଯାତ୍ରାର ଚିତ୍ର ଦେଶର ଅନ୍ତରଆତ୍ମାକୁ ଛିନ୍ନଭିନ୍ନ କରୁଛି । କେଉଁଠି କଅଁଳ ଶିଶୁକୁ ଧରି ମା’ ପାଦରେ ଚାଲୁଛି ତ’ କେଉଁଠି ଖାଲି ପାଦରେ ଶ୍ରମିକ ଘରମୁହାଁ । ହରିଆନାରୁ ଆସିଥିବା ଗୋଟିଏ ଚିତ୍ର ନିଶ୍ଚିତ ଆପଣଙ୍କୁ ବ୍ୟଥିତ କରିବ ।
ହରିଆନାର ଅମ୍ବାଲାରୁ ଆସିଥିବା ଚିତ୍ର ପୁରା ଦେଶକୁ କନ୍ଦାଉଛି । ପଞ୍ଜାବରୁ ପଳାୟନ କରୁଥିବା କିଛି ଶ୍ରମିକଙ୍କ ପାଦରେ ଚପଲ ବଦଳରେ ଅଛି ପାଣି ବୋତଲ । ଅଧିକା ବାଟ ଚାଲିବା କାରଣରୁ ଚପଲ ଘସି ହୋଇ ଛିଡି ଯାଇଥିଲା । ତେଣୁ ଶ୍ରମିକ ପାଣି ବୋତଲକୁ କାଟିକରି ପାଦରେ ବାନ୍ଧି ଚାଲୁଛନ୍ତି । ପାଣି ବୋତଲ ଦେଉଛି ପାଦକୁ ସାହରା । ଘରକୁ ଫେରିବାର ଦୁର୍ବାର ଆଶା ସେମାନଙ୍କୁ ବାଟ କଢାଇ ନେଉଛି ।
ପଞ୍ଜାବରୁ ଫେରୁଥିବା ଏହି ଶ୍ରମିକଙ୍କ ପାଖରେ ନ୍ୟାସନାଲ ଲକଡାଉନ୍ ପାଇଁ ପାସ ନଥିଲା । ତେଣୁ ଅମ୍ବାଲା ପୋଲିସ ସେମାନଙ୍କୁ ଜାତୀୟ ରାଜପଥରେ ଅଟକାଇ ଫେରାଇ ଦେଇଥିଲା । ପୋଲିସ ମାଡ ଭୟରେ ସେମାନେ ପଳାୟନ କରିଥିଲେ । ଏହି ଦୌଡାଦୌଡିରେ ଅନେକଙ୍କ ଚପଲ ଛିଣ୍ଡି ଯାଇଥିଲା । ଆଉ କିଛିଙ୍କର ଚପଲ ଅଧିକ ବାଟ ଚାଲିବାରୁ ଛିଡି ଯାଇଥିଲା ।
#lockdownindia#LockdownSA#SaturdayVibes
तपती हुई धूप और ये तस्वीरें, मजदूरों की ये हालत बहुत दुर्भाग्यपूर्ण है.?घिस गईं चप्पलें, पैरों में पानी की बोतल बांधकर पैदल चल रहे मजदूर?
पता नही देश में कब मजदूर और गरीबो की हालत में सुधार होगा @PMOIndia@CMOfficeUP@narendramodi pic.twitter.com/xytdWCEi1z
— Deepak Atewa PBH (@Deepak885857) May 9, 2020
ପାଣି ବୋତଲ ହେଲା ଚପଲ
କିନ୍ତୁ ଭୀଷଣ ଗରମରେ ଖାଲି ପାଦରେ ଚାଲିବା ଅସମ୍ଭବ ହୋଇ ପଡିଥିଲା । ଏମିତିରେ କିଛି ଶ୍ରମିକଙ୍କ ମୁଣ୍ଡକୁ ଖାଲି ପାଣି ବୋତଲକୁ ଚପଲ ବନାଇବା ଉପାୟ ଆସିଥିଲା । ସେମାନେ ପାଣି ବୋତଲକୁ କାଟି ପାଦରେ ବାନ୍ଧିଥିଲେ ଓ ନିଜ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହୋଇଥିଲେ ।
ରାସ୍ତାରେ ବିଧାୟକ ଦେଲେ ଚପଲ
ଶ୍ରମିକଙ୍କ ଏହି ଅସହାୟତାର ଖବର ଅମ୍ବାଲା ବିଧାୟକ ଅସିମ ଗୋୟଲଙ୍କ କାନରେ ପଡିଥିଲା । ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଚପଲ ଦେଇଥିଲେ । ଏହାସହ ପୋଲିସକୁ ଶ୍ରମିକଙ୍କୁ ରାସ୍ତା ଛାଡିବା ପାଇଁ କହିଥିଲେ । ସେ ମଧ୍ୟ ଶ୍ରମିକଙ୍କୁ ଖାଦ୍ୟ ଦେଇଥିଲେ ।