ଭୂତାଣୁ ଓ ଭୋକର ସଂଘର୍ଷ ଭିତରେ ଭାରରେ ପୁଅକୁ ବୋହି ଗାଁକୁ ଫେରିଲା ବାପା

ମୟୁରଭଞ୍ଜ: ଭୂତାଣୁ ଓ ଭୋକ ମଝିରେ ସଂଘର୍ଷ କରୁଛି ଶ୍ରମିକ । ଲକଡାଉନ ଯୋଗୁଁ ଦୀର୍ଘ ଦିନ ହେଲା ଫସିରହିଥିବା ଶ୍ରମିକ ବିଭିନ୍ନ ଉପାୟରେ ନିଜ ଘରକୁ ଫେରୁଛନ୍ତି । ଶହ ଶହ କିଲୋମିଟର ଧରି ପାଦରେ ଚାଲି ଚାଲି ଫେରୁଛନ୍ତି ଶ୍ରମିକ । କେବଳ ପ୍ରବାସୀ ଶ୍ରମିକ ନୁହେଁ ଦୁନିଆକୁ ଠିକରେ ଦେଖି ନଥିବା ଏବଂ ସଂଘର୍ଷକୁ ଭଲରେ ବୁଝି ନଥିବା ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।

ବାପା ମାଆଙ୍କ ସଂଘର୍ଷକୁ ପାଖରୁ ଦେଖୁଥିବା ଏହି ପିଲାମାନେ ବି ପେଷି ହୋଇଯାଉଛନ୍ତି । କେଉଁଠି ଦୂର ଦୂର ବାଟ ବାପାଙ୍କ କାନ୍ଧରେ ବସି ବସି ଆସୁଛନ୍ତି ପିଲାମାନେ ତ କେଉଁଠି ବ୍ୟାଗ ଉପରେ ବସି ଟଣା ବାପା ମାଆଙ୍କ ଦ୍ୱାରା ଟଣା ହେଉଛନ୍ତି । ଏବଂ ଆଉ କେଉଁଠି ଭାରରେ ବୁହା ହେଉଛନ୍ତି ଏହି କୁନି କୁନି ପିଲାମାନେ । ଏବେ ଆମେ ଆପଣଙ୍କୁ ଦେଖାଇବୁ ଏମିତି ଏକ ଦୃଶ୍ୟ ଯାହା ଆପଣଙ୍କୁ ବି ଭାବିବାକୁ ବାଧ୍ୟ ହେବ ।

ଘଟଣାଟି ହେଉଛି ମୟୁରଭଞ୍ଜ ଜିଲ୍ଲାର । ଭାରରେ ଗୋଟିଏ ପଟେ ବସ୍ତା ଓ ଅନ୍ୟପଟେ ଛୋଟ ଛୁଆକୁ ବୋହି ନେଉଛି ବାପା । ଲକଡାଉନ ପରେ କାମଧନ୍ଦା ହରାଇ ଯାଜପୁରରୁ ମୟୂରଭଞ୍ଜ ପାଦରେ ଚାଲି ଚାଲି ଆସିଛନ୍ତି ରୂପାଇ ଟୁଡୁ, ସ୍ତ୍ରୀ ଓ ତିନି ଛୁଆ । ଦୀର୍ଘ ୭ ଦିନ ପରେ ନିଜ ଘରେ ପହଞ୍ଚିଛନ୍ତି । ନିଜ ଗାଁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବଲଦିଆରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ବଳଦିଆ କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ରୂପାଇଙ୍କ ସାହସକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଖାଦ୍ୟ ବାଣ୍ଟିଛନ୍ତି ।

Leave a Reply