ଶୀଘ୍ର ପୂରଣ ହେବ ରାଜ୍ୟବାସୀଙ୍କ ମେଟ୍ରୋ ଟ୍ରେନ୍ ସ୍ବପ୍ନ, ଟୁଇନ ସିଟିରେ ଜୋରଦାର ଚାଲିଛି କାମ

ଭୁବନେଶ୍ୱର: ଟୁଇନ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚାଲିଛି ଜୋରସୋରରେ କାମ । ବିଭିନ୍ନ ସ୍ଥାନରେ ଚାଲିଛି ସଏଲ୍ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ଭାୟା ମାଷ୍ଟରକ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ପଟିଆ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଉଥିବା ମେଟ୍ରୋ ପ୍ରକଳ୍ପର ଚାଲିଛି ମାଟି ପରୀକ୍ଷା । ଜୟଦେବ ବିହାରରୁ ତ୍ରିଶୁଳିଆ ରାସ୍ତା ମଝିରେ ବିଭିନ୍ନ ଜାଗାରେ ବାରିକେଡ୍ ବସାଇ ସଏଲ ସାମ୍ପଲ୍ କଲେକ୍ସନ୍ ପାଇଁ ମାଟି ଭିତର ୩୦ ଫୁଟ୍ ପର୍ଯ୍ୟନ୍ତ ଡ୍ରିଲିଂ କରାଯାଉଛି । କାମ ଚାଲିଛି ଏବଂ ସରିବାକୁ ଆଉ ଦୁଇ ମାସ ସମୟ ଲଗିବ ବୋଲି କହିଛନ୍ତି କାର୍ଯ୍ୟରତ କର୍ମଚାରୀ । ଆଜି ବି ଓମଫେଡ୍ ଛକ, ଜୟଦେବ ବିହାର ସମେତ ୪ଟି ଜାଗାରେ ଟେଷ୍ଟ କରାଯାଉଛି । ଟେଷ୍ଟ ରିପୋର୍ଟ୍ ପରେ ପ୍ରସ୍ତୁତ ହେବ ଡିପିଆର୍ ।