spot_img

Latest Posts

ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ସାନି ସତ୍ୟପାଠ ଦାଖଲ

ନନ୍ଦିଘୋଷ ବ୍ୟୁରୋ :  ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ସାନି ସତ୍ୟପାଠ ଦାଖଲ। ବ୍ୟକ୍ତିବିଶେଷଙ୍କୁ ନଜଣାଇ ଭୋଟର ତାଲିକାରୁ ତାଙ୍କ ନାମ ବାଦ୍ ପକାଯିବ ନାହିଁ ବୋଲି କହିଛନ୍ତି ଇସିଆଇ। ତାଲିକାରୁ ବାଦ୍ ପଡିବା ସମ୍ପର୍କରେ ଅବଗତ କରାଯିବ ଏବଂ ତାଙ୍କୁ ଯୁକ୍ତି ରଖିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି କମିଶନ। ନ୍ୟାୟିକ ମୂଲ୍ୟବୋଧକୁ ଗୁରୁତ୍ବ ଦେଇ ଏହି ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି କହିଛନ୍ତି ଇସିଆଇ।

ଗତ ଅଗଷ୍ଟ ୧ ତାରିଖରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ବାଦ୍ ପଡିଥିବା ବ୍ୟକ୍ତିବିଶେଷଙ୍କୁ ଏସମ୍ପର୍କରେ ନୋଟିସ ଦିଆଯିବ। ତାଙ୍କୁ ଏସମ୍ପର୍କରେ ସମସ୍ତ ତଥ୍ୟାବଳୀ ଦାଖଲ କରିବାକୁ ସୁଯୋଗ ଦିଆଯିବ। ପରେ ଚୂଡ଼ାନ୍ତ ନିଷ୍ପତ୍ତି କର୍ତ୍ତୃପକ୍ଷ ନେବେ। ଏହି ପ୍ରସଙ୍ଗରେ ପାଟନାଠାରୁ ଆରମ୍ଭ କରି ସଂସଦ ଯାଏ ତୁମ୍ବି ତୋଫାନ ଚାଲିଥିବାବେଳେ ମାମଲା ସୁପ୍ରିମକୋର୍ଟ ଯାଇଥିଲା । ମହାରାଷ୍ଟ୍ର, କର୍ଣ୍ଣାଟକ ପରି ଭୋଟ ଚୋରି ହେଉଥିବା ଅଭିଯୋଗ କରିଆସୁଛନ୍ତି ବିରୋଧୀ। ଇସି କହିଛନ୍ତି ବିହାରର ୭ କୋଟି ୮୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ କୋଟି ୨୪ ଲକ୍ଷ ଭୋଟର ସେମାନଙ୍କ ଉପଯୁକ୍ତ ଦସ୍ତାବିଜ ଦାଖଲ କରିସାରିଲେଣି। ଚିଠା ଭୋଟର ତାଲିକାର ନକଲ ସମସ୍ତ ରାଜନୈତିକ ଦଳଙ୍କୁ ଦିଆଯାଇଛି। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ହେବା ଆଶା କରାଯାଉଛି।

Latest Posts

Don't Miss