ଲଗେଜଚାର୍ଜରୁ ବଞ୍ଚିବାପାଇଁ ବିମାନବନ୍ଦରରେ ଗର୍ଭଧାରଣର ଅଭିନୟ କଲେ ମହିଳା

ଏକ୍ସଟ୍ରା ଲଗେଜ ଚାର୍ଜରୁ ବଞ୍ଚିବା ପାଇଁ ବିମାନବନ୍ଦରରେ ଗର୍ଭଧାରଣର ମିଛ ଅଭିନୟ କଲେ ମହିଳା  । ଆପଣ ସମସ୍ତେ ଅବଗତଯେ ବିମାନରେ ଯାତ୍ରା କଲାବେଳେ ମିନିମମ୍ ଲଗେଜଠୁ ଅଧିକ ଓଜନ ନେଲେ ଦେବାକୁପଡ଼େ ଅଧିକ ଚାର୍ଜେସ୍  । ଆଉ ଏ ଚାର୍ଜେସଠୁ ବଞ୍ଚିବା ପାଇଁ ଅକଳ୍ପନୀୟ ମିଛ କହିଲେ ମହିଳା, ତାହା ପୁଣି ଏୟାରପୋର୍ଟ ଅଥରିଟିଙ୍କ ସାମ୍ନାରେ  । ଏ ଘଟଣା ହେଉଛି ଅଷ୍ଟ୍ରେଲିଆ ସିଡ଼ନିର  ।

ପେଟ ଚାରିପାଖେ ଜିନିଷ ସବୁକୁ ଡ଼୍ରେସ ଭିତରେ ଅତି କୈାଶଳକ୍ରମେ ଏମିତି ଲୁଚାଇଥିଲେ ମହିଳା ,ଯେ କେହିବି ଦେଖିବା ଲୋକ ଭାବିବ ମହିଳା ଜଣଙ୍କ ଗର୍ଭବତୀ  । ତେବେ ମହିଳା ଜଣଙ୍କ ସେତେବେଳେ ଧରା ପଡ଼ିଲେ ଯେତେବେଳେ ପଡ଼ିଯାଇଥିବା ଟିକେଟକୁ ନଇଁପଡ଼ି ତଳୁ ଗୋଟାଉଥିଲେ  ।

ଉପସ୍ଥିତ ପ୍ରତିଟିବ୍ୟକ୍ତିଙ୍କୁ ଏ ଘଟଣା ଚକିତ କରିଥିଲା  । ପୁରା ଘଟଣାପ୍ରଘଟ ହେବାପରେ ମହିଳାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା ତା ସହିତ ସେ ୬୦ଡ଼ଲାର ଜରିମାନା ମଧ୍ୟ ଦେଇଥିଲେ । ')}

Leave a Reply

Your email address will not be published.