ମହିଳା ବିଶ୍ୱକପ: ଭାରତ-ପାକିସ୍ତାନ ମହାମୁକାବିଲା, ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ

1 min read

ନ୍ୟୁଜିଲାଣ୍ଡ: ଆରମ୍ଭ ହୋଇଛି ମହିଳା ବିଶ୍ୱକପ । ଫେବ୍ରୁଆରୀ ୪ରୁ ଆରମ୍ଭ ହୋଇଥିବା କ୍ରିକେଟର ଏହି ମହାକୁମ୍ଭରେ ଆଜି ଭାରତ ତା’ର ଅଭିଯାନ ଆରମ୍ଭ କରିଛି । ଆଜି ଭାରତ ବିଶ୍ୱକପର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟୁଛି । ଏହି ମ୍ୟାଚ ଭାରତୀୟ ସମୟ ସକାଳ ୬.୩୦ରେ ଆରମ୍ଭ ହୋଇଛି । ଆଜିର ଏହି ମହାମୁକାବିଲାରେ ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ମିତାଲି ରାଜଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଛି ଭାରତ । ବିଶ୍ୱକପ ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତର ଥିବା ବିଜୟ ଧାରାକୁ ଜାରି ରଖିବାକୁ ଆଜି ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।

ଆଜି ଖେଳାଯାଉଥିବା ଏହି ମହାମୁକାବିଲାରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ । ତେବେ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରିନଥିଲା ଭାରତ । ଖାତା ଖୋଲିନପାରି ପ୍ୟାଭିଲିୟନ ଫେରିଥିଲେ ଭାରତୀୟ ଦଳର ଓପନର ଶେଫାଳି ବର୍ମା । ଆରମ୍ଭରୁ ଝଟକା ଲାଗିବା ପରେ ଭାରତ ପାରି ସମ୍ଭାଳିଥିଲେ ସ୍ମ୍ରିତି ମାନ୍ଧନା ଏବଂ ଦିପ୍ତି ଶର୍ମା । ଉଭୟ ଦ୍ୱିତୀୟ ଓ୍ୱିକେଟ ପାଇଁ ୯୨ ରନର ପାର୍ଟନରସିପ୍ କରିଥିଲେ । ତେବେ ଏହି ଖବର ଲେଖାହେବା ସୁଦ୍ଧା ଭାରତ ୩୩ ଓଭରେ ୫ ଓ୍ୱିକେଟ ହରାଇ ୧୧୪ ରନ କରିଛି । ଯଦି ବିଶ୍ୱକପରେ ଭାରତ-ପାକିସ୍ତାନ ଇତିହାସ କଥା କହିବା ତାହାଲେ ମହିଳା ବିଶ୍ୱକପରେ ଏହି ଦୁଇ ଦଳ ୩ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ପାକିସ୍ତାନ ବିପକ୍ଷରେ ତିନୋଟି ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି । ତେଣୁ ଆଜିର ମ୍ୟାଚରେ ଭାରତ ପାକିସ୍ତାନକୁ ପରାଜିତ କରି ଏହି ବିଜୟଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ ।

Leave a Reply