spot_img

Latest Posts

ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

ନନ୍ଦିଘୋଷ ବ୍ୟୁରୋ:  ପାକିସ୍ତାନକୁ ପରାଜୟର ରାସ୍ତା ଦେଖାଇଲେ ଭାରତୀୟ ମହିଳା ଦଳ  । କ୍ରିକେଟରେ ଚଖାଇଲେ ପରାଜୟର ସ୍ୱାଦ  ।  ମହିଳା ଟି-୨୦ ବିଶ୍ବକପରେ ପାକିସ୍ତାନକୁ ଭାରତ ୭ ୱିକେଟରେ ପରାସ୍ତ କରିଛି । କେପ୍ଟାଉନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି। ଜେମିମା ଅପରାଜିତ ରହି ୩୮ଟି ବଲ୍ ଖେଳି ୫୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଚୌକା ହାସଲ କରିଛନ୍ତି। ୧୫୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟର ୟାସ୍ତିକା ଭାଟିଆ ୧୭ ରନ୍, ସେଫାଲି ବର୍ମା ୩୩ ରନ୍ ଓ ଅଧିନାୟିକା ହରମନପ୍ରୀତ କୌର ୧୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।

୯୩ ରନ୍ ବେଳକୁ ଭାରତ ୩ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିଲା। ଜେମିମା ଓ ରିଚା ଘୋଷ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଭାରତକୁ ବିଜୟ ଦେଇଥିଲେ । ପାକିସ୍ତାନ ଟିମ୍ ଭାରତ ବିପକ୍ଷରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ଅଧିନାୟିକା ବିସମା ମାରୁଫଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୫୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲେ । ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଟାର୍ଗେଟକୁ ୧୯ ଓଭରରେ ପୂରଣ କରିନେଇଥିଲା ଭାରତ ।

Latest Posts

Don't Miss