କେନ୍ଦ୍ର ବିରୋଧରେ କବିତାଙ୍କ ଯୁଦ୍ଧଂ ଦେହି ଡାକରା

ନୂଆଦିଲ୍ଲୀ : କେନ୍ଦ୍ର ବିରୋଧରେ କବିତାଙ୍କ ଯୁଦ୍ଧଂ ଦେହି ଡାକରା ।  ଦିଲ୍ଲୀରେ ବିଆରଏସ୍ ନେତ୍ରୀ କେ. କବିତାଙ୍କ ଅନଶନ । ମହିଳା ସଂରକ୍ଷଣ ବିଲ ଦାବିରେ ଜନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି କବିତା । କବିତାଙ୍କ ଏନଜିଓ ଭାରତ ଜାଗୃତି ପକ୍ଷରୁ ଅନଶନ ଡାକରା ଦିଆଯାଇଥିବା ବେଳେ ପୂର୍ବରୁ ୧୮ଟି ଦଳ ଏହାକୁ ସମର୍ଥନ ଜଣାଇଛନ୍ତି । ସିପିଆଇଏମ, ଶିବସେନା ସମେତ ୧୯ଟି ଦଳର ପ୍ରାୟ ୫ଶହରୁ ୬ଶହ ଦଳର ନେତା ଅନଶନରେ ସାମିଲ ହୋଇଛନ୍ତି ।