ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଦୀର୍ଘଦିନ ହେବ ଦାବି କରିଆସୁଥିଲା ବିଜେଡି

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୩୩ % ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମହିଳାଙ୍କୁ ସଂରକ୍ଷଣ ନେଇ ପ୍ରଥମେ ଦାବି ଉଠାଇଥିଲା ବିଜେଡି । ଆଜି ମଧ୍ୟ ସଂସଦରେ ଏହି ଦାବି ଉଠାଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ନୂଆ ସଂସଦ ଭବନରେ ମହିଳା ସଂରକ୍ଷଣ ବିଲ୍ ପ୍ରଥମ ବିଲ୍ ଭାବେ ପାରିତ ହେଉ ବୋଲି ସେ କହିଥିଲେ । ଏବେ ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଦୀର୍ଘ ଦିନର ଦାବି ଏକପ୍ରକାର ସଫଳ ହେଉଥିବାର ଦେଖାଯାଇଛି । ମହିଳା ସଂରକ୍ଷଣ ବିଲକୁ ୨୦ ସେପ୍ଟେମ୍ବର ଅର୍ଥାତ ବୁଧବାର ସଂସଦରେ ଆଗତ କରାଯାଇପାରେ । ବିଲ୍ ଆଇନରେ ପରିଣତ ହେବା ପରେ ଲୋକସଭା ଏବଂ ବିଧାନସଭା ଭଳି ନିର୍ବାଚିତ ସଂସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ।