ଏସିଆନ୍ ଗେମ୍ସରେ ଭାରତକୁ ପୁଣି ସ୍ବର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍ ଆଣିଲେ ମେଡାଲ୍

ହାଞ୍ଜହୁ: ଏସିଆନ୍ ଗେମ୍ସରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ । ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଶ୍ରୀଲଙ୍କାକୁ ହରାଇ ମେଡାଲ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଫାଇନାଲରେ 19 ରନରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି 116 ରନ କରିଥିଲା ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି ।
ସେହିପରି ଏସିଆନ ଗେମ୍ସରେ ଆଜି ଭାରତକୁ ପ୍ରଥମ ସ୍ବର୍ଣ୍ଣ ମିଳିଛି। ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ ।
ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ । ବକ୍ସିଂ, ବାସ୍କେଟବଲ, ଚେସ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ ।