ମହିଳା ଏସିଆ କପ୍ ହକି: ଚୀନକୁ ୨-୦ରେ ହରାଇ ହାତେଇଲା ବ୍ରୋଞ୍ଜ ମେଡାଲ
2 min readମସ୍କାଟ: ମହିଳା ଏସିଆ କପ ହକିରେ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ । ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ମେଡାଲ ମୁକାବିଲାରେ ଭାରତ ଚୀନକୁ ୨-୦ରେ ପରାସ୍ତ କରି ହାତେଇଛି ବ୍ରୋଞ୍ଜ ମେଡାଲ । ଗତ ଏସିଆ କପରେ ଭାରତୀୟ ମହିଳା ଦଳ ଚମ୍ପିଆନ ହୋଇଥିବାବେଳେ ଚଳିତ ଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
The ? medal comes home! ??
Not the end we envisioned, but, nonetheless, a fighting display from our #TeamInBlue and we end the tournament on a high! ???#IndiaKaGame #WAC2022 pic.twitter.com/bBBvsXC5V5
— Hockey India (@TheHockeyIndia) January 28, 2022
ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ମେଡାଲ ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଆରମ୍ଭରୁ ଚୀନକୁ ବ୍ୟାକଫୁଟରେ ରଖିଥିଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ୱାଟରର ୧୩ତମ ମିନିଟରେ ଭାରତ ପକ୍ଷରୁ ଶର୍ମିଲା ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହା ପରେ ୧୯ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରଣିତ କରିଥିଲେ ଗୁରଜିତ । ଏହି ଗୋଲ ସହ ଦ୍ୱିତୀୟ କ୍ୱାଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ଭାରତ ଏହି ବ୍ୟବଧାନକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାରେ ସଫଳ ହୋଇଥିଲା ।
Our ? medal winning game against ?? from the perspective of the ?! #IndiaKaGame #WAC2022 pic.twitter.com/ECjGxXV4Zf
— Hockey India (@TheHockeyIndia) January 28, 2022
ମସ୍କାଟରେ ଖେଳାଯାଇଥିବା ଏସିଆ କପରେ ଭାରତ ଭଲ ପ୍ରଦର୍ଶନ କରିପାରିନଥିଲା । ପୁଲ୍ ପର୍ଯ୍ୟାୟରେ ଭାରତ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । କିନ୍ତୁ ସେମି ଫାଇନାଲ୍ରେ ଦକ୍ଷିଣ କୋରିଆ ନିକଟରୁ ଭାରତ ପରାସ୍ତ ହୋଇଥିଲା । ଯାହା ଫଳରେ ଫାଇନାଲ ରେସରୁ ବାଦ୍ ପଡ଼ିଥିଲା ଟିମ୍ ଇଣ୍ଡିଆ ।
Congratulate Indian Hockey Team on clinching Bronze medal in the Women's Asia Cup 2022 after defeating China 2-0. May they continue to bring glory for the country with their brilliant performances. #WAC2022 #OdishaForSports https://t.co/ckelZHf7Fa
— Naveen Patnaik (@Naveen_Odisha) January 29, 2022
ତେବେ ମହିଳା ଏସିଆ କପ୍ ହକିରେ ବ୍ରୋଞ୍ଜ ମେଡାଲ ହାସଲ କରିବା ପରେ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି କି ଚୀନକୁ ୨-୦ରେ ପରାସ୍ତ କରିବା ପରେ ମହିଳା ଏସିଆ କପ୍ ୨୦୨୨ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅଭିନନ୍ଦନ । ସେମାନେ ସେମାନଙ୍କର ଉଜ୍ଜ୍ୱଳ ପ୍ରଦର୍ଶନ ସହିତ ଦେଶ ପାଇଁ ଗୌରବ ଆଣିବା ଜାରି ରଖନ୍ତୁ ବୋଲି ଟ୍ୱିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।