ଆଜିଠୁ ମହିଳା ଦିନିକିଆ ବିଶ୍ୱକପ ଆରମ୍ଭ, ଫେବ୍ରୁଆରୀ ୬ରେ ପାକିସ୍ତାନକୁ ଭେଟିବ ଭାରତ

1 min read

ନ୍ୟୁଜିଲାଣ୍ଡ: ଆଜିଠାରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ । ଚଳିତ ମହିଳା ବିଶ୍ୱକପରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି । ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେଇଛନ୍ତି । ରାଉଣ୍ଡ-ରବିନ ଏବଂ ନକଆଉଟ୍‌ ପର୍ଯ୍ୟାୟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍‌ ଓ ଫାଇନାଲକୁ ମିଶାଇ ମୋଟ ୩୧ଟି ମ୍ୟାଚ୍‌ ଖେଳାଯିବ ।

ମୋଟ ୮ଟି ଦଳ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪ଟି ଦଳ ସେମି ଫାଇନାଲକୁ ଯିବେ । ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁରେ ମହିଳା ବିଶ୍ୱକପ ଖେଳାଯିବ । ସେମିଫାଇନାଲ୍‌ ମୁକାବିଲା ୱେଲିଂଟନ୍‌ ଓ ଖ୍ରୀଷ୍ଟଚର୍ଚ୍ଚ ମାର୍ଚ୍ଚ ୩୦ ଓ ୩୧ତାରିଖ ଅନୁଷ୍ଠିତ ହେବାକୁ ଥିବାବେଳେ ଏପ୍ରିଲ ୩ ତାରିଖ ଓଭାଲରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଫେବ୍ରୁଆରୀ ୬ରୁ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ ।

ତେବେ ଆଜି ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଓ୍ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓ୍ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୨୫୯ ରନ୍ କରିଥିଲା । ୨୬୦ ରନ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୨୫୬ ରନରେ ସମସ୍ତ ଓ୍ୱିକେଟ ହରାଇଥିଲା । ଯାହା ଫଳରେ ଏହି ମ୍ୟାଚକୁ ଓ୍ୱେଷ୍ଟଇଣ୍ଡିଜ୍ ୩ ରନରେ ବିଜୟଲାଭ କରିଥିଲା ।

 

Leave a Reply