spot_img

Latest Posts

ଭାରତୀୟ ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ଭାରତୀୟ ସେନା, ନୌସେନା ଓ ବାୟୁ ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମିଶନ। ଏନେଇ  ତିନି ବାହିନୀର ମୁଖ୍ୟ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ନିକଟରେ ଏସମ୍ପର୍କରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହା ସହ ଏନଡିଏ ଓ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି ଦେବା ଲାଗି ମଧ୍ୟ ସରକାର ସହମତି ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟରେ ଅତିରିକ୍ତ ସଲିସିଟର ଜେନରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି, ମହିଳାଙ୍କୁ ବିଭିନ୍ନ ବାହିନୀରେ ସ୍ଥାୟୀ କମିଶନ ଦେବା ସକାଶେ ସହମତି ହେବା ଏକ ବଡ ନିଷ୍ପତ୍ତି । ଏ ନେଇ ବିଭିନ୍ନ ପ୍ରକ୍ରିୟା ବି ଜାରି ରହିଛି। ଏହା ସହ ଏନଡିଏ ଓ ନାଭାଲ ଏକାଡେମୀରେ ମଧ୍ୟ ସେମାନଙ୍କ ପ୍ରବେଶ ଲାଗି ତିନିବାହିନୀ ମୁଖ୍ୟ ଓ ସରକାର ନିଷ୍ପତ୍ତି ନେଇଛନ୍ତି।

ଜଷ୍ଟିସ ଏସ.କେ. କୌଲ କହିଛନ୍ତି ଏହି ପ୍ରସଙ୍ଗ ନେଇ ଦୀର୍ଘ ଦିନ ଧରି ଚିନ୍ତା କରାଯାଉଥିଲା । ଲିଙ୍ଗଗତ ସମାନତା ଲାଗି ସେନାବାହିନୀ ଅନେକ କିଛି କରିବାର ଆବଶ୍ୟକତା ରହିଥିଲା। ତେଣୁ ତିନି ଏହି ନିଷ୍ପତ୍ତି ଯୋଗୁ ସେ ଖୁସି ଅଛନ୍ତି। ତିନିବାହିନୀର ମହିଳାଙ୍କୁ ସ୍ଥାୟୀ କମିଶନ ଏବଂ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି କ୍ଷେତ୍ରରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ଲାଗି ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମୟ ଦେଇଥିଲେ। ତେବେ ଏନେଇ ସୁପ୍ରିମକୋର୍ଟରେ ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ।

Latest Posts

Don't Miss