ଚୁପଚାପ୍ ତୀରରେ ମୋହର ! ନୀତିଶଙ୍କୁ ବଂଚାଇଲେ ମହିଳା ଭୋଟର ?

Bihar CM Nitish Kumar On Favour Of Caste Based Census

ପାଟନା: ପ୍ରାରମ୍ଭିକ ଟ୍ରେଣ୍ଡ୍ କହୁଛି ବିହାରରେ ଏନଡିଏ କ୍ଷମତାକୁ ପୁଣି ଫେରିବ । ତେବେ ଏଗଜିଟ୍ ପୋଲ କେମିତି ଫେଲ୍ ମାରିଲା ? ତେଜସ୍ୱୀଙ୍କ ରାଲିରେ ଯେଉଁ ଭିଡ ଏକାଠି ହେଉଥିଲା ସେମାନେ କ’ଣ ହେଲିକପ୍ଟର ଦେଖିବାକୁ ଆସିଥିଲେ ? ଭୋଟ୍ ଦେବାକୁ ନୁହେଁ ? ବିହାର ରାଜନୀତିକୁ ବୁଝୁଥିବା ବିଶେଷଜ୍ଞଙ୍କ ଅନୁସାରେ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ତେଜସ୍ୱୀ ଆଗରେ ଥିଲେ । କିନ୍ତୁ ଶେଷ ବେଳକୁ ପଛରେ ପଡିଗଲେ । ଏଥିପାଇଁ ଦୁଇଟି କାରଣକୁ ବେଶି ଗୁରୁତ୍ୱ ଦିଆଯାଉଛି । ଗୋଟିଏ ହେଲା ଜଙ୍ଗଲ ରାଜର ଡର ଓ ଅନ୍ୟଟି ହେଉଛି ଏନଡିଏର ସାଇଲେଣ୍ଟ୍ ଭୋଟର ।

ଜଙ୍ଗଲ ରାଜର ଡର

ଏନଡିଏ ନେତା ଭୋଟରଙ୍କୁ ଜଙ୍ଗଲ ରାଜ କଥା ମନେ ପକାଇବାରେ ସଫଳ ହୋଇଥିବା କୁହାଯାଉଛି । ଏନଡିଏର ସବୁ ବଡ ନେତା ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଙ୍ଗଲରାଜ୍ କଥା ନିଜ ଭାଷଣରେ କହୁଥିଲେ । ୨୦୦୦ ମସିହା ପରେ ଜନ୍ମ ହୋଇଥିବା ଭୋଟରଙ୍କ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ନଥିଲା କିନ୍ତୁ ୩୬ ବର୍ଷରୁ ଅଧିକ ଭୋଟରଙ୍କ ପାଇଁ ଏହା ବଡ ପ୍ରସଙ୍ଗ ଥିଲା । କାରଣ ସେମାନେ ୨୦୦୫ ପୂର୍ବ ବିହାରକୁ ଦେଖିଥିଲେ ।

bihar women voter

ଚୁପଚାପ ତୀରରେ ମୋହର

ସବୁଠୁ ବଡ ଫ୍ୟାକ୍ଟର ଭାବେ ଯାହାକୁ ଗଣାଯାଉଛି ତାହା ହେଲା ଏନଡିଏର ସାଇଲେଣ୍ଟ ଭୋଟର । ପ୍ରଚାର ଶେଷ ବେଳକୁ ବିହାରରେ ଚୁପଚାପ୍ ତୀରରେ ମୋହର ବୋଲି ପ୍ରଚାର ହେଉଥିଲା । ମଦ ବ୍ୟାନ୍ ପାଇଁ ନୀତିଶଙ୍କ ନିଷ୍ପତି ମଧ୍ୟ ତାଙ୍କ ପାଇଁ ସହାୟକ ହୋଇଥିବା କୁହାଯାଉଛି । ମହିଳା ମାନେ ବିନା ହୋହଲ୍ଲାରେ ତାଙ୍କୁ ଭୋଟ୍ ଦେଇଥିବା କୁହା ଯାଉଛି । ସେହିଭଳି ପଛୁଆ ବର୍ଗର ଅତି ପଛୁଆ ଭୋଟର (ଇବିସି) ମଧ୍ୟ ନିରବତାର ସହ ତୀରରେ ମୋହର ମାରିଥିବା ଅନୁମାନ କରାଯାଉଛି ।

Leave a Reply