ମହିଳାଙ୍କ ପାଇଁ ଖୁସୀ ଖବର, ନୂଆବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ନୂଆବର୍ଷରେ ମହିଳାଙ୍କୁ ମିଳିବ ବଡ ଉପହାର ଅର୍ଥାତ୍ ତ୍ରିପଲ ଖୁସୀ । ଆସନ୍ତା ବର୍ଷ ମହିଳାଙ୍କୁ ତିନିଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ ମସିହାରେ ମାଆ ମାନଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା । ଜାନୁଆରୀରେ ପ୍ରଥମ ପର୍ଯ୍ୟାୟରେ ଚତୁର୍ଥ କିସ୍ତି ମିଳିବ । ମାର୍ଚ୍ଚ ୮ ରେ ୨ ୟ ପର୍ଯ୍ୟାୟର ପ୍ରଥମ କିସ୍ତି ମିଳିବ। ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।
ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ଆଜି ଆସିବ ଫିଲଡ଼ ରିପୋର୍ଟ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ । କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ । ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ଆମେ ସମୟ ଏଥିପାଇଁ ନେଉଛୁ ଯେମିତି ସୁଭଦ୍ରା ଯୋଜନାରୁ କେହି ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।